Latest Odisha News

ବଜେଟ ୨୦୨୩-୨୪ରେ ମହିଳାଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ: ବଜେଟ ୨୦୨୩-୨୪ରେ ମହିଳାଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ମହିଳା ସମ୍ମାନ ବଚତ ପତ୍ର ଯୋଜନା ଆରମ୍ଭ ହେବ। ଏଥିରେ ମହିଳାମାନେ ୨ ଲକ୍ଷ ଟଙ୍କା ସେଭିଂସ ବା ସଞ୍ଜୟ ଉପରେ ୭.୫% ସୁଧ ପାଇବେ। ଏହି ଲାଭ ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ ହେବ।

ଅର୍ଥମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି, ସ୍ୱାଧୀନତାର ଅମୃତ ମହୋତ୍ସବଙ୍କୁ ସ୍ମରଣୀୟ କରିବା ପାଇଁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦୁଇ ବର୍ଷ ପାଇଁ ମହିଳା ସମ୍ମାନ ବଚତ ପତ୍ର ସାର୍ଟିଫିକେଟ୍ ଉପଲବ୍ଧ ହେବ। ୨ ବର୍ଷ ଅବଧି ପାଇଁ ୭.୫ ପ୍ରତିଶତ ସୁଧ ହାର ୨ ଲକ୍ଷ ଟଙ୍କାରେ ମିଳିବ।

ଏହି ବଜେଟରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ବ୍ୟବସ୍ଥା ନାହିଁ। ଏଥିସହ ଅର୍ଥମନ୍ତ୍ରୀ ନୂଆ ଟିକସ ବ୍ୟବସ୍ଥାରେ ଛାଡ ସୀମାକୁ ୨.୫ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କରିଛନ୍ତି। ଅର୍ଥାତ୍ ଯେଉଁମାନଙ୍କର ଆୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ତେବେ ସେମାନଙ୍କୁ କିଛି ଆୟକର ଦେବାକୁ ପଡିବ। ଏପରି କରି ସୀତାରମଣ ବଜେଟରେ ମଧ୍ୟବିତ୍ତଙ୍କ ଇଚ୍ଛା ପୂରଣ କରିଛନ୍ତି ବୋଲି କୁହାଯାଉଛି। ୯ ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କୁ ୪୫ ହଜାର ଟ୍ୟାକ୍ସ ଦେବାକୁ ପଡିବ। ଶୀର୍ଷ ଟିକସ ହାର ୪୨.୫ ପ୍ରତିଶତରୁ ୩୯ ପ୍ରତିଶତକୁ ହ୍ରାସ ପାଇଛି। ୩-୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫% ଟ୍ୟାକ୍ସ।

ଉଲ୍ଲେଖଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ପାଞ୍ଚଟି ବଜେଟ୍ ଉପସ୍ଥାପନ କରିବାରେ ସ୍ୱାଧୀନ ଭାରତର ଷଷ୍ଠ ମନ୍ତ୍ରୀ ହୋଇଛନ୍ତି। 2019 ଠାରୁ ସୀତାରମଣଙ୍କର ଏହା ତାଙ୍କର ପଞ୍ଚମ ବଜେଟ୍। ବାର୍ଷିକ ପାଞ୍ଚଟି ଆର୍ଥିକ ବିବରଣୀ ଉପସ୍ଥାପନ କରିଥିବା ଅନ୍ୟ ମନ୍ତ୍ରୀମାନେ ହେଲେ ଅରୁଣ ଜେଟଲୀ, ପି ଚିଦାମ୍ବରମ୍, ଯଶୱନ୍ତ ସିହ୍ନା, ମନମୋହନ ସିଂ ଏବଂ ମୋରାର୍ଜୀ ଦେଶାଇ।

 

 

Comments are closed.