କଥାରେ ଅଛି, ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାରେ । ଜଣେ ବ୍ୟକ୍ତି ନିଜ ଘରର ମରାମତି କାମ କରୁଥିବା ବେଳେ ଘର କାନ୍ଥରେ ପୁଳା ପୁଳା ଟଙ୍କା ବାହାରିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।
ଆମେରିକା ବାସିନ୍ଦା ଆମଣ୍ଡ ରିସ୍ ନାମକ ଜଣେ ମହିଳା ତାଙ୍କ ଘରର ମରାମତି କାମ କରୁଥିଲେ । ଏଥିଲାଗି ସେ ଜଣେ ଶ୍ରମିକଙ୍କୁ କାମରେ ଲଗାଇଥିଲେ । ଶ୍ରମିକ ଜଣକ ଯେତେବେଳେ ପୁରୁଣା କାନ୍ଥକୁ ଭାଙ୍ଗିଛନ୍ତି ହଠାତ୍ ସେଥିରେ ଟଙ୍କା ବଣ୍ଡଲ ଥିବା ଦେଖିବାକୁ ପାଇଥିଲେ । ଶ୍ରମିକ ଜଣକ ସଙ୍ଗେ ସଙ୍ଗେ ମାଲିକଙ୍କୁ ଜଣାଇଲେ । ମାଲିକ ବି ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ପରେ ଶ୍ରମିକ ଲଗାଇ ସବୁ ଟଙ୍କା ବାହାର କଲେ । ଶ୍ରମିକ ଜଣକ ସେହି ଟଙ୍କା ବାହାର କରିବା ପୂର୍ବରୁ ଉଦ୍ଧାର ଟଙ୍କାର ୧୦ ପ୍ରତିଶତ ଦେବେ ବୋଲି ପ୍ରତିଶ୍ରୁତି ଦେଲେ । କିନ୍ତୁ ଶ୍ରମିକ ଜଣକ ୪୦ ପ୍ରତିଶତ ନେବାକୁ ଜିଦ୍ ଧରିଥିଲେ । କାନ୍ଥରୁ ମୋଟ ୧.୫୦ କୋଟି ଟଙ୍କା ମିଳିବା ପରେ ଆମଣ୍ଡ ସବୁ ନେଇ ଗଲେ । ଶ୍ରମିକ ଜଣକ ଯେତେ ମାଗିଲେ ବି ସେ ଟଙ୍କାଟିଏ ବି ଦେଲେ ନାହିଁ । ପରେ ଉକ୍ତ ଟଙ୍କା ନେଇ ଆମଣ୍ଡ ଓ ତାଙ୍କ ଝିଅ ବୁଲିବାକୁ ପଳାଇଲେ । ବିଚରା ଶ୍ରମିକ ଜଣକ ତାଙ୍କୁ ଅପେକ୍ଷା କରି କରି ଦୁଃଖ କଲେ । ଆମଣ୍ଡ ବୁଲି କି ଫେରିବା ପରେ ଶ୍ରମିକ ଜଣକ ତାଙ୍କୁ ପୁଣି ଟଙ୍କା ମାଗିଥିଲେ । ହେଲେ ଏଥର ଟଙ୍କାଟିଏ ବି ଦେବାକୁ ରୋକ୍ଠୋକ୍ ମନା କରିଦେଇଥିଲେ ଆମଣ୍ଡ । ଓଲଟି ସେ ଯୁକ୍ତି ରଖିଥିଲେ ଯେ, ବୁଲାବୁଲିରେ ତାଙ୍କର ୧୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୫୦ ହଜାର ଟଙ୍କା ଚୋରି ହୋଇଯାଇଛି । ଆଉ ତାଙ୍କ ପାଖରେ ଟଙ୍କାଟିଏ ବି ନାହିଁ ବୋଲି ସଫେଇ ଦେଇଥିଲେ । ଶେଷରେ ଆମଣ୍ଡ ଶ୍ରମିକଙ୍କ ନାମରେ ଚୋରି ଅଭିଯୋଗ ଆଣିଲେ । ଏବେ ଏହି ଘଟଣାଟି କୋର୍ଟରେ ବିଚାରାଧୀନ ରହିଛି ।
BREAKING NEWS
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
Comments are closed.