Latest Odisha News

BREAKING NEWS

ଘାଣ୍ଟୁଛି କ୍ରାଇମବ୍ରାଞ୍ଚ, ଗାନ୍ଧୀ ଛକ ଫାଣ୍ଡିରେ ଥିବା ପୁରୁଣା କାରରୁ ମିଳିଲା ଡାଏରୀ

ଝାରସୁଗୁଡ଼ା: ଗୋପାଳକୁ ନେଇ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଖୋଳାତାଡ଼ ଜାରି ରଖିଛି । ଆଜି ଗୋପାଳ ଦାସର ଘରେ ଯାଞ୍ଚ ପରେ କ୍ରାଇମବ୍ରାଞ୍ଚ ଗାନ୍ଧୀ ଛକ ଫାଣ୍ଡିରେ ପହଞ୍ଚିଥିଲା । ଫାଣ୍ଡିରେ ଯାଞ୍ଚ ସହ ପରିସରରେ ଥିବା ଏକ ପୁରୁଣା କାରରୁ କ୍ରାଇମବ୍ରାଞ୍ଚ ଏକ ଡାଏରୀ ସହ କିଛି କାଗଜପତ୍ର ଜବତ କରିଛି ।

ତେବେ ଫାଣ୍ଡି ପରିସରରେ ଥିବା OR 15N 4263 ନମ୍ବର ବିଶିଷ୍ଟ କାରଟି କାହାର ? ଗୋପାଳ ଏ କାରଟିକୁ ବ୍ୟବହାର କରୁଥିଲେ କି ? କାରରୁ ମିଳିଥିବା ଡାଏରୀର ହାତଲେଖା ସହ ଗୋପାଳଙ୍କ ହସ୍ତାକ୍ଷର ମିଶୁଛି କି ? ପାଇଖାନା ଟାଙ୍କିରୁ ମିଳିଥିବା କାଗଜ ଖଣ୍ଡ ସହ ଡାଏରୀର ହାତଲେଖା ମିଶୁଛି କି ? ଏମିତି ଅନେକ ପ୍ରଶ୍ନ ଉଠୁଥିବା ବେଳେ କ୍ରାଇମବ୍ରାଞ୍ଚ କିଛି ସ୍ପଷ୍ଟ କରି ନାହିଁ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଉକ୍ତ କାରଟିକୁ ଗୋପାଳ ଅନେକ ସମୟରେ ବ୍ୟବହାର କରୁଥିଲେ । ତେବେ କାରଟି ଗୋପାଳଙ୍କ ନାମରେ ନୁହେଁ ବରଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ନାଁରେ ଥିବା ସୂଚନା ମିଳିଛି । ଯଦି କାରଟି ଆଉ କାହା ନାଁରେ ଅଛି ତାହେଲେ ଗୋପାଳ କିଭଳି ଚଢୁଥିଲେ । କୌଣସି ମାମଲାରେ ଜବତ ହୋଇଥିଲା କି ଗାଡ଼ି ? ନା ଗୋପାଳଙ୍କୁ କେହି ଗାଡ଼ିଟି ଉପହାରରେ ଦେଇଥିଲା ?

ଗତ ରବିବାର ଏଏସ୍ଆଇ ଗୋପାଳ ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗାନ୍ଧୀ ଛକରେ କାରରୁ ଓହ୍ଲାଇବା ବେଳେ ଗୁଳି କରିଥିଲା । ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଗୋପାଳଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଖୋଳତାଡ଼ କରୁଥିବା ବେଳେ ସେ କାହିଁକି ନବ ଦାସଙ୍କୁ ହତ୍ୟା କଲା ତାହା ଏବେବି ପ୍ରଶ୍ନ ହୋଇ ରହିଛି ।

Leave A Reply

Your email address will not be published.