Latest Odisha News

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ

ତା୩୧-୦୭-୨୦୧୯ ବୁଧବାର

ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର

[ମୋବାଇଲ ନମ୍ବର: ୯୪୩୭୨୨୫୪୩୪]

ଆଜି ଦିନର ମହତ୍ତ୍ୱ.

ଆଜି ହେଉଛି ୨୦୧୯ ମସିହା ଜୁଲାଇ ତା ୩୧ ରିଖ ବୁଧବାର କର୍କଟ ୧୫ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ପୁନର୍ବସୁ ନକ୍ଷତ୍ର ମିଥୁନ ଚନ୍ଦ୍ର ଦିନ ୧୦ଘ ୦୯ ମିନିଟ୍ ପର‌୍ୟ୍ୟନ୍ତ ଏହା ପରେ ପୁନର୍ବସୁ କର୍କଟ ଚନ୍ଦ୍ର ଭୋଗ ହେବ ।
ଘାତ ବାର-: କର୍କଟ ରାଶିର
ଘାତ ଚନ୍ଦ୍ର-: କନ୍ୟାରାଶି ପୁରୁଷ, ବିଛା କୁମ୍ଭ ରାଶି ମହିଳାଙ୍କର
ଆଜି: ବିରି ଦ୍ରବ୍ୟ ଖାଇବା ନିଷେଧ

ମେଷ : ଦେହ ମନ ସୁସ୍ଥ ରହିବ ।ମାଲିମକଦମାରେ ବିଜୟ ଲାଭ କରିବେ ।ବ୍ୟବସାୟରେ ପୂର୍ବ ଅପେକ୍ଷା ଲାଭ ଅଧିକ ମିଳିବ ।ମହିଳାମାନେ ଆଶା କରୁଥିବା ଦିଗରୁ ଲାଭବାନ ହେବେ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।

ବୃଷ : କାର‌୍ୟ୍ୟ କ୍ଷେତ୍ରରେ ସୁସମ୍ପର୍କ ବୃଦ୍ଧି ପାଇବ ।ଶାରୀରିକ ଓ ମାନସିକ ଶାନ୍ତି ମିଳିବ ।ବହୁଦିନର ପୁରାତନ ବନ୍ଧୁ ଗୃହକୁ ଆସିପାରନ୍ତି ।ବିବାଦୀୟ ରେ ବିଜୟୀ ହେବେ । ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ପ୍ରଶଂସିତ ହେବେ ।

ମିଥୁନ : କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ ନଚେତ ବିପଦରେ ପଡିପାରନ୍ତି ।ପାରିବାରିକ ସମସ୍ୟା ଦେଖା ଦେବ । ଗୁପ୍ତ ଶତୃମାନେ ସକ୍ରୀୟ ହୋଇ ଉଠିବେ ।ସ୍ଥଗିତ କାମ ପାଇଁ କୈଫିୟତ୍ ଦେବାପାଇଁ ବାଧ୍ୟ ହେବେ ।

କର୍କଟ : ଉଚ୍ଚ ସମ୍ମାନ ଲାଭ କରିବେ ।ଅପରାହ୍ନରେ କୌଣସି ଶୁଭ ଖବର ପାଇ ମନ ଆନନ୍ଦିତ ହେବ ।ସାହାଯ୍ୟ ସହାନୁଭୂତି ମିଳିବ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତି ହେବ । ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ।

ସିଂହ: ପ୍ରତେକଟି କାର‌୍ୟ୍ୟରେ ବାଧା ବିଘ୍ନ ଦେଖା ଦେବ । କର୍ମ କ୍ଷେତ୍ରରେ ନାନାପ୍ରକାର ସମସ୍ୟା ଦେଖା ଦେବ ।ମାଲିମକଦମାରେ ଜଡିତ ହୋଇ ପାରନ୍ତି । ସନ୍ଦେହ ଭୁଲ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ ଝଞ୍ଜା ଦେଖା ଦେବ । ମାନସିକ ଓ ଶାରୀରିକ ପୀଡା ଅନୁଭବ କରିବେ ।

କନ୍ୟା : ଶରୀର ସୁସ୍ଥ ରହିବ ।ସ୍ଥାବର ଅସ୍ଥାବର ସମ୍ପତ୍ତିର ଅଧିକାରୀ ହେବେ ।ମାନ ସମ୍ମାନ ଯଶ ଗୌରବ ପ୍ରତିଷ୍ଠା ମିଳିବ ।ବିଦ୍ୟାର୍ଥୀମାନେ ବିଦ୍ୟାରେ ସଫଳତା ପାଇବେ ।ମହିଳାମାନେ ନିଜ ପରିବାରରେ ପ୍ରଶଂସନୀୟ ହେବେ ।

ତୁଳା : ସାଂସାରିକ ଜୀବନ ସୁଖମୟ ହେବ ।କର୍ମ କ୍ଷେତ୍ରରେ ସମ୍ମାନିତ ହେବେ ।ସାଗଠନିକ କାର‌୍ୟ୍ୟରେ ନେତୃତ୍ବ ନେଇ ପ୍ରଶଂସିତ ହେବେ ।ଦୀର୍ଘ ଦିନର ସ୍ବପ୍ନ ସାକାର ହେବ ।ସନ୍ତାନ ସନ୍ତତି ମାନଙ୍କର ଉନ୍ନତି ପରିଲକ୍ଷିତ ହେବ ।

ବିଛା : ସାଂସାରିକ ଜୀବନରେ ଭୁଲ ବୁଝାମଣା ଦେଖା ଦେବ ।ବିଦ୍ୟାର୍ଥୀମାନେ କ୍ରୀଡା କ୍ଷେତ୍ରରେ ସଫଳତା ପାଇବେ ନାହିଁ ।ସାଧାରଣ କଥାକୁ ନେଇ ବାଦବିବାଦ ଦେଖା ଦେବ । ମାନସିକ ଓ ଶାରୀରିକ ପୀଡା ଅନୁଭବ କରିବେ ।

ଧନୁ: ସତର୍କତା ଅବଲମ୍ବନ କରନ୍ତୁ ଠକାମିରେ ପଡିପାରନ୍ତି ।ବିନା କାରଣରେ ଦୋଷି ସାବ୍ୟସ୍ତ ହେବେ ।ଯାନବାହନ ଚଳାଇବାରେ ସତର୍କତା ଅବଲମ୍ବନ କରନ୍ତୁ । ମହିଳାମାନେ ଅପମାନିତ ସମାଲୋଚିତ ହେବେ । ସଞ୍ଚିତ ଅର୍ଥ ବ୍ୟୟ ହୋଇ ଯିବ ।

ମକର: ବୁଦ୍ଧି ବଳରେ କାର‌୍ୟ୍ୟ ସାଧନ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସନୀୟ ହେବେ ।ନୂତନ ଗୃହ ବା ଭୂମି ଲାଭର ଯୋଗ ରହିଛି ।
ପୈତୃକ ସମ୍ପତ୍ତିର ଅଧିକାରୀ ହେବେ ।ବ୍ୟବସାୟରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ । ଶତୃମାନେ ପରାଜିତ ହେବେ ।

କୁମ୍ଭ: ଆଜି ଦିନଟି ସମ୍ପୁର୍ଣ୍ଣ ଭଲରେ କଟିବ ।ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ । ଅନ୍ୟାଯ ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ବିଜୟ ଲାଭ କରିବେ ।ବ୍ୟବସାୟରେ ଲାଭବାନ ହେବେ । ସଞ୍ଚିତ ଅର୍ଥ ବୃଦ୍ଧି ଘଟିବ ।ମହିଳାମାନେ ଯଶସ୍ବୀ ହେବେ ।

ମୀନ : ସ୍ଥିରତା ଅବଲମ୍ବନ କରନ୍ତୁ କାରଣ ଆକସ୍ମିକ ଦୁର୍ଘଟଣା ଦେଖା ଦେଇପାରେ ।ଘରୋଇ କଳହ ଦେଖା ଦେଇପାରେ ।ମାଲିମକଦମାରେ ଅଧିକ ଖର୍ଚ୍ଚାନ୍ତ ହେବେ ।ବ୍ୟବସାୟରେ ସ୍ଥିରତା ରହିବ ନାହିଁ । ଛାତ୍ରଛାତ୍ରୀମାନେ ଉତ୍ସୃଖଳିତ ହେବେ ।

Leave A Reply

Your email address will not be published.