Latest Odisha News

BREAKING NEWS

ଗତ ୨୪ ଘଣ୍ଟାରେ ତୃତୀୟ ଭୂମିକମ୍ପ; ଏଥର ୬.୦ ତୀବ୍ରତାରେ ପୁଣି ଥରିଲା ତୁର୍କୀ; ଗଲାଣି ୧୮୦୦ରୁ ଅଧିକ ଜୀବନ

ଇସ୍ତାନବୁଲ: ତୁର୍କିରେ ବିପଦ ଟଳିବାର ନାଁ ନେଉ ନାହିଁ। ଗୋଟିଏ ପରେ ଗୋଟିଏ ଭୂମିକମ୍ପ ପୂରା ଦେଶକୁ ଥରାଇ ସାରିଲାଣି। ଗତ ୨୪ ଘଣ୍ଟାରେ ତୁର୍କିରେ ଦୁଇଟି ବଡ଼ ବଡ଼ ଶକ୍ତିଶାଳୀ ଭୂମିକମ୍ପ ହୋଇଥିବା ବେଳେ ଏବେ ପୁଣି ତୃତୀୟ ଭୂମିକମ୍ପ ହୋଇଛି। ଯଦିଓ ତୃତୀୟ ଭୂମିକମ୍ପ ପୂର୍ବ ଦୁଇଟି ତୁଳନାରେ ସେତେ ବଡ଼ ନୁହେଁ, ତେବେ ଏହାର ତିବ୍ରତା ରିକ୍ଟର ସ୍କେଲ୍‌ରେ ୬.୦ ମପାଯାଇଛି।

ବାରମ୍ବାର ଭୂମି କମ୍ପରେ ବେହାଲ ହେଲାଣି ତୁର୍କି। ବର୍ତ୍ତମାନ ସୁଧା ମିଳିଥିବା ଖବର ଅନୁସାରେ, ଭୂମିକମ୍ପରେ ମୃତ୍ୟୁ  ସଂଖ୍ୟା ୧୮୦୦ ପାର୍ ହୋଇଛି। ୧୭୦୦ରୁ ଅଧିକ ଘର ଭୁଶୁଡ଼ି ପଡ଼ିଛି। ହଜାର ହଜାର ଲୋକ ଆହତ ହୋଇଛନ୍ତି। ସୋମବାର ସକାଳେ ସିରିଆର ଉତ୍ତରାଞ୍ଚଳ ତୁର୍କିର ଦକ୍ଷିଣାଞ୍ଚଳ ପ୍ରଥମେ ୭.୮ ତୀବ୍ରତା ଭୂମିକମ୍ପ ହୋଇଥିଲା।

ଏହାପରେ ପୁଣି ଦିନ ୧.୩୦ ମିନିଟ ସମୟରେ ଦ୍ୱିତୀୟ ଭୂମିକମ୍ପ ହୋଇଥିଲା। ଦ୍ୱିତୀୟଟିର ତୀବ୍ରତା ୭.୬ ଥିଲା। ଏହି ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ତୁର୍କିର ଅବସ୍ଥା ସଂକଟାପନ୍ନ ହୋଇଯାଇଛି। ଏଥିରେ ୧୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଆହତ ହୋଇଛନ୍ତି।

Tremors From Powerful Quake In Turkey Felt As Far Away As Greenland

ଭୋରୁ ସମୟରେ ହୋଇଥିବା ପ୍ରଥମ ଭୂମିକମ୍ପକୁ ଗତ ଶତାବ୍ଦୀର ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ତୁର୍କି ରାଷ୍ଟ୍ରପତି ରିସିପ ତୟିପ ଏର୍ଦୋଗାନ। ଏଥିସହିତ ସହଯୋଗ ପାଇଁ ସେ ବିଭିନ୍ନ ଦେଶକୁ ଅନୁରୋଧ କରିଛନ୍ତି। ତୁର୍କିର ଏଭଳି ସ୍ଥିତି ପାଇଁ ଭାରତ ସହଯୋଗର ହାତ ବଢ଼ାଇଛି। ଏନ୍‌ଡିଆର୍‌ଏଫ୍ ଟିମ୍ ସହ ମେଡିକାଲ ଟିମ୍ ଓ ଆବଶ୍ୟକୀୟ ସାମଗ୍ରୀ ପଠାଇବାକୁ ଭାରତ ପ୍ରୁସ୍ତୁତି ସରିଛି

ୟୁରୋପୀୟ ୟୁନିୟନ ମଧ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି। ତୁର୍କିକୁ ଉଦ୍ଧାରକାରୀ ଦଳ ସହ ସହଯୋଗ ପଠାଯିବ ବୋଲି ଇୟୁ କହିଛି। ସେହିପରି ବ୍ରିଟେନ୍‌ ମଧ୍ୟକ ଯଥା ସମ୍ଭବ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଛି।  ଏନେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷ ସୁନକ ଟ୍ୱିଟ୍ କରି ସିରିଆ ଓ ତୁର୍କି ଲୋକଙ୍କୁ ସମବେଦନା ଜଣାଇଛନ୍ତି।

 


 

Comments are closed.