Latest Odisha News

BREAKING NEWS

ଭୁବନେଶ୍ୱରରେ ଶୁଭାରମ୍ଭ ହେଲା ରିଲାଏନ୍ସ ସ୍ମାର୍ଟର ନୂଆ ଷ୍ଟୋର୍

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ଅଧୀନ ସର୍ବବୃହତ୍ ଢ଼ାଞ୍ଚାର ସୁପରମାର୍କେଟ୍ ରିଲାଏନ୍ସ ସ୍ମାର୍ଟ ଭୁବନେଶ୍ୱରର ପଟିଆ ମେନ ରୋଡ଼ସ୍ଥିତ ରିଲାଏନ୍ସ ଟ୍ରେଣ୍ଡ ନିକଟ ସାଇସୁମନ କମର୍ସିଆଲ କମ୍ପେ୍ଲକ୍ସ ପରିସରରେ ଏକ ନୂଆ ଷ୍ଟୋର ଆଜି ଶୁଭାରମ୍ଭ କରିଛି । ଗୋଟିଏ ଛାତ ତଳେ କିରାନା (ଗ୍ରସରୀ) ସାମଗ୍ରୀ, ଫଳ ଓ ପନିପରିବା, ଦୁଗ୍ଧଜାତ ସାମଗ୍ରୀଠାରୁ ଆରମ୍ଭ କରି ରୋଷେଇ ଉପକରଣ, ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ ବିବିଧ କିସମର ସାମଗ୍ରୀ ଗୋଟିଏ ଜାଗାରୁ କିଣିବାର ସୁବିଧା ଏହି ଷ୍ଟୋରରେ ଉପଲବ୍ଧ ରହିଛି ।

ବର୍ଷ ସାରା ଉପଲବ୍ଧ ସମସ୍ତ ସାମଗ୍ରୀର ସର୍ବାଧିକ ଖୁଚୁରା ଦର (ଏମଆରପି) ଉପରେ ସର୍ବନିମ୍ନ ୫%ର ନିଶ୍ଚିତ ରିହାତି ସହିତ ସର୍ବନିମ୍ନ ୧୪୯୯ ଟଙ୍କାର ସାମଗ୍ରୀ କ୍ରୟ କଲେ ୯ ଟଙ୍କାରେ ଏକ କିଲୋଗ୍ରାମ ଚିନି ମିଳିବା ଭଳି ଅନେକ ମୂଲ୍ୟଯୁକ୍ତ ସୁବିଧା ଏଠାରେ ଉପଲବ୍ଧ, ଯାହାକି ମାସିକ କିରାନା (ଗ୍ରସରୀ) ସାମଗ୍ରୀ କ୍ରୟ କ୍ଷେତ୍ରରେ ଭାରତର ସର୍ବାଧିକ ପସନ୍ଦର ଏକ ସୁପରମାର୍କେଟ । ଏହାଛଡ଼ା ଏଠାରେ ଷ୍ଟାପଲ୍ସ ଏବଂ ଫଳ ଓ ପନିପରିବା ସର୍ବନିମ୍ନ ମୂଲ୍ୟରେ ଉପଲବ୍ଧ ହେଉଛି ।

ଏହି ନୂଆ ଷ୍ଟୋର୍‍ର ଶୁଭାରମ୍ଭ ସହିତ ରିଲାଏନ୍ସ ସ୍ମାର୍ଟର ବର୍ତ୍ତମାନ ଭୁବନେଶ୍ୱରରେ ୩ଟି ଷ୍ଟୋର ଏବଂ ଓଡ଼ିଶାରେ ମୋଟ ୫ଟି ଷ୍ଟୋର ରହିଛି । ଉପଭୋକ୍ତାଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଭଲଭାବେ ସୂଚନା ଦେଇପାରୁଥିବା ସହାୟକ ଗଣଙ୍କ ସହ ବ୍ୟାବହାରିକ ଷ୍ଟୋର ଡିଜାଇନ ଓ ବିନ୍ୟାସ, ଉତ୍ତମ ଗୁଣବତ୍ତାର ବିଭିନ୍ନ ସାମଗ୍ରୀ ଓ ଉତ୍ପାଦ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ କରାଉଥିବା ଏହି ଷ୍ଟୋର ୧୨,୩୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ । ଏହା ସ୍ଥାନୀୟ ଅଞ୍ଚଳର କ୍ରେତାଙ୍କ ହୃଦୟ ଜିଣିବା ସହ ସେମାନଙ୍କ ଦୈନନ୍ଦିନ ଜୀବନର ଅଂଶବିଶେଷ ହୋଇପାରିବ । କ୍ରେତାଙ୍କ ପାଇଁ ଉଦଘାଟନୀ ଅଫର ‘ପାୱାର ଅଫ ନାଇନ’ ରେ- ସର୍ବନିମ୍ନ ୯୯୯ ଟଙ୍କା ମୂଲ୍ୟର କ୍ରୟ କ୍ଷେତ୍ରରେ ୧ କିଲୋଗ୍ରାମ ଆଳୁ, ୧ କିଲୋଗ୍ରାମ ପିଆଜ ଏବଂ ପ୍ଲାଷ୍ଟିକ କଣ୍ଟେନର୍ ସେଟ ଭଳି ଅନେକ ମାତ୍ର ୯ ଟଙ୍କା ମୂଲ୍ୟରେ ମିଳିବାର ସୁବିଧା ଅଧିକ ଗ୍ରାହକମାନଙ୍କୁ ଆକୃଷ୍ଟ କରିବ ।

ଅନେକ ବର୍ଷ ଧରି ଦୈନନ୍ଦିନ କ୍ରୟଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଅବସର ପାଇଁ ରିଲାଏନ୍ସ ସ୍ମାର୍ଟ ବିଭିନ୍ନ ମୂଲ୍ୟ ବର୍ଗରେ କ୍ରେତାମାନଙ୍କ ସମସ୍ତ ପ୍ରକାରର ଆବଶ୍ୟକତା ପୂରଣ କରିଆସିଛି । ଗ୍ରାହକମାନଙ୍କ ସୁବିଧାକୁ ସର୍ବାଧିକ ଧ୍ୟାନରେ ରଖି ରିଲାଏନ୍ସ ସ୍ମାର୍ଟ ଏହାର ବ୍ୟାପକ କିସମର ଅଫର ଏବଂ ଉପଭୋକ୍ତାଙ୍କ ଘର ନିକଟରେ ଉପଲବ୍ଧତା ଆଧାରରେ ଗ୍ରାହକମାନଙ୍କୁ ସର୍ବବୃହତ ସୁପରମାର୍କେଟ ବର୍ଗରେ ସର୍ବଶ୍ରେଷ୍ଠ ସପିଙ୍ଗ ଅଭିଜ୍ଞତା ଆଣି ଦେଇଛି । ଏବେ ୧୦୦ରୁ ଅଧିକ ସହରରେ ୧୭୦ରୁ ଅଧିକ ରିଲାଏନ୍ସ ସ୍ମାର୍ଟ ଷ୍ଟୋର ରହିଛି ।

Leave A Reply

Your email address will not be published.