ବିବାହ ଏକ ପବିତ୍ର ବନ୍ଧନ । ସମସ୍ତଙ୍କ ମନରେ ଇଚ୍ଛା ରହିଥାଏ ଯେ ବିବାହ ଦିନ କେବେ ଆସିବ । ଆଉ ସେହି ବିବାହ କିପରି ଧୁମ୍ ଧାମ୍ରେ ହେବ ସେନେଇ ସମସ୍ତେ ଖୁବ୍ ତତ୍ପର ରହିଥାଆନ୍ତି । ମାତ୍ର କେତେକ ସମୟରେ ଦେଖାଯାଏ, ଅନେକ ଯୁବକ ଓ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ। ଜାତକରେ ଗ୍ରହ ଦୋଷ ଥିଲେ, ଏହି କାରଣରୁ ବିବାହରେ ବିଳମ୍ବ ହୋଇଥାଏ ବୋଲି କୁହାଯାଏ। ଏହି କାରଣରୁ ଜ୍ୟୋର୍ତିବିଦ୍ ଗ୍ରହ ଦୋଷ ଦୂର ପାଇଁ ଅନେକ ପ୍ରତିକାର କହିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହି ସମସ୍ୟା ଦୂର ପାଇଁ ଅନେକ ଉପାୟ ବର୍ଣ୍ଣନା କରାଯାଇଛି। ଗ୍ରହଙ୍କ ଶୁଭ ପ୍ରଭାବରେ ବିବାହ ଶୀଘ୍ର ଓ ଗ୍ରହଙ୍କ ଅଶୁଭ ପ୍ରଭାବ କାରଣରୁ ବିବାହରେ ବିଳମ୍ବ ହୋଇଥାଏ ବୋଲି କୁହାଯାଏ । ସେଥିପାଇଁ ଅନେକ ଉପାୟ ଆପଣେଇ ଥାଆନ୍ତି ଯେମିତି ନିଜ ଜୀବନସାଥୀ ସହ ସୁଖମୟ ଜୀବନ ଅତିବାହିତ କରିପାରିବେ । ତେବେ କଣ କଲେ ଆପଣଙ୍କ ବିବାହରେ ଆସୁଥିବା ବାଧା ରୋକି ହେବ ଏବଂ ସୁରୁଖୁରୁରେ ବିବାହ ହୋଇପାରିବ ସେନେଇ ଏହି ଉପାୟ ଆପଣାନ୍ତୁ….
-ଶନିଙ୍କ ଶୁଭ ପ୍ରଭାବ ପାଇଁ ଗୋଟା ବିରି,ଲୁହା, କଳାରାଶି, କମ୍ବଳ ଆଦି ଜିନିଷ ଦାନ କରନ୍ତୁ । ଏହାଦ୍ୱାରା ବିବାହରେ ଥିବା ବାଧା ଦୂର ହୋଇଥାଏ ।
-ରାହୁ ଦୋଷ ଦୂର ପାଇଁ ପ୍ରଭୁ ମହାଦେବଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଏଥିପାଇଁ ନିୟମିତ ଜଳରେ କଳା ରାଶି ମିଶାଇ ଶିବଲିଙ୍ଗରେ ଅର୍ଘ୍ୟ ଅର୍ପଣ କରନ୍ତୁ। ଏହାସହ ଶନିବାର ଦିନ ପ୍ରବାହିତ ଜଳଧାରାରେ ନଡିଆ ବିସର୍ଜନ କରନ୍ତୁ। ଏହା ଦ୍ୱାରା ରାହୁଙ୍କ ପ୍ରଭାବ କମ୍ ହୋଇଥାଏ।
-ସେହିପରି କେତୁଙ୍କ ପ୍ରଭାବରେ ଗୁପ୍ତ ଶତ୍ରୁ ସହ ଶୁଭ କାର୍ଯ୍ୟରେ ବିଳମ୍ବ ହୋଇଥାଏ ବାଧା ଆସିଥାଏ । ତେଣୁ ଶୁଭକାର୍ଯ୍ୟ ବିଷୟରେ ସଭିଁଙ୍କୁ ଜଣାନ୍ତୁ ନାହିଁ। କେତୁଙ୍କ ପ୍ରଭାବ ଦୂର ପାଇଁ ସୋମବାର ଓ ଶୁକ୍ରବାର ପ୍ରଭୁ ଶିବଶଙ୍କରଙ୍କୁ ବିଧିରେ ପୂଜାର୍ଚ୍ଚନା କରନ୍ତୁ।
-ଜାତକରେ ମଙ୍ଗଳ ଦୋଷ ଦୂର ପାଇଁ ଲାଲ ରଙ୍ଗର ଜିନିଷ ଦାନ କରନ୍ତୁ । ଏହାଦ୍ୱାରା ଶୁଭଫଳ ମିଳିଥାଏ ।
Comments are closed.