Latest Odisha News

BREAKING NEWS

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା; ସିସି କ୍ୟାମେରା ସାମ୍ନାରେ ପରୀକ୍ଷା ଦେବେ ୩.୫୮ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ୍‌ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଥିଓରି ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ସରିବ । ଚଳିତବର୍ଷ ୩ ଲକ୍ଷ ୫୭ ହଜାର ୯୪୨ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । କଳା ବିଭାଗରେ ୨ ଲକ୍ଷ ୩୩ ହଜାର ୮୫୫ ଜଣ, ବିଜ୍ଞାନରେ ୯୩ ହଜାର ୮୯୪ ଜଣ,ବାଣିଜ୍ୟରେ୨୪ ହଜାର ୩୩୧ ଜଣ, ଧନ୍ଦମୂଳକ ପାଠ୍ୟକ୍ରମରେ ୫୮୬୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରେଗୁଲାର ୩ ଲକ୍ଷ ୩୮ ହଜାର ୨୨୧ ଜଣ ,ଏକ୍ସ ରେଗୁଲାର ୧୭ ହଜାର ୬୯୬ ଜଣ, ଡିଷ୍ଟାନ୍ସ ଏଜୁକେଶନରେ ୨୦୨୫ ଜଣ ଛାତ୍ରଛାତ୍ରୀ  ପରୀକ୍ଷା ଦେବେ ।

ଯୁକ୍ତ ଦୁଇ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମୋଟ ୨୦୨ଟି ପରୀକ୍ଷା ପରିଚାଳନା ହବ ଅଧିନରେ ୧୧୪୫ଟି କେନ୍ଦ୍ରରେ ସବୁ ପ୍ରସ୍ତୁତି ସରିଛି । ସେଥିରେ ୬ଟି ଉପପରୀକ୍ଷା କେନ୍ଦ୍ର ରହିଛି । ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ । ଆଜି ବିଜ୍ଞାନର ଏମଆଇଏଲ ପରୀକ୍ଷା ରହିଛି । ଧାର୍ଯ୍ୟ ସମୟର ୩୦ ମିନିଟ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ । ୧୫ ମିନିଟ ପୂର୍ବରୁ ନିଜ ସିଟରେ ବସିବେ । ପରୀକ୍ଷାର ୧୫ ମିନିଟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଉତ୍ତରଖାତା ଦିଅଯିବ । ୫ ମିନିଟ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ । ପରୀକ୍ଷା ଦିନ ସାଢେ ୮ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ଯେପରି ପ୍ରଶ୍ନପତ୍ର ପହଞ୍ଚିବ ସେଥିପାଇଁ ହବ ସୁପରଭାଇଜର ଗୁରୁତ୍‌:ଦେବେ । ପରୀକ୍ଷା କେନ୍ଦ୍ରକୁ କୌଣସି ବୈଦୁତିକ ସାମଗ୍ରୀ ପ୍ରବେଶ ଅନୁମତି ଦିଆଯିବ ନାହିଁ ।
ପରୀକ୍ଷା ଲାଗି ସମସ୍ତ ୧୧୪୫ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଅନ୍ୟପକ୍ଷେ ଧାରଣାରେ ବସିଥିବା ୬୬୨ ବର୍ଗର ଅଧ୍ୟାପକ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ସାମିଲ ହେବେ ବୋଲି ଘୋଷଣା କରିଛନ୍ତି ୬୬୨ ବର୍ଗ ଅଧ୍ୟାପକ । ରାଜ୍ୟ ସରକାରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ୬୬୨ ବର୍ଗ ଅଧ୍ୟାପକ ସଂଘ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.