Latest Odisha News

BREAKING NEWS

ଏଣିକି ରେଷ୍ଟୁରାଣ୍ଟରେ ଖାଇବେ କୁକୁର

ଏକ ସମୟ ଥିଲା ଯେତେବେଳେ ରେଷ୍ଟୁରାଣ୍ଟକୁ ଗୃହପାଳିତ ପଶୁମାନଙ୍କୁ ପ୍ରବେଶ ପାଇଁ  ଅନୁମତି ନଥିଲା । ସେଥିପାଇଁ ବେଳେ ବେଳେ ପରିସ୍ଥିତି ଚାପରେ ନିଜର ପୋଷା ଜୀବଙ୍କୁ ରୁଚି ମୁତାବକ ଖାଦ୍ୟ ଦେଇପାରିନଥା’ନ୍ତି ମାଲିକ। ହେଲେ ଏବେ ଏ ଅସୁବିଧା ଆଉ ରହିବ ନାହିଁ । ଏଣିକି ରେଷ୍ଟୁରାଣ୍ଟରେ ଖାଇବେ କୁକୁର । ଏଭଳି ଅଭିନବ ଉପାୟ କରିଛନ୍ତି ଇନ୍ଦୋରର ପଶୁପ୍ରେମୀ ବାଲରାଜ ଝାଲା ।

ସେ କୁକୁରମାନଙ୍କ ପାଇଁ ଏମିତି ଏକ ଢାବା କରିଛନ୍ତି, ଯାହାର ନାଁ ରହିଛି ‘ଡଗି ଢାବା’ । ଯେଉଁଠି କୁକୁରମାନଙ୍କ ପାଇଁ ନାନା ପ୍ରକାର ଖାଦ୍ୟ ଉପଲବ୍ଧ । କୁକୁର ପାଳିଥିବା ମାଲିକମାନେ ଉଚିତ୍‌ ପାଉଣା ଦେଇ ‘ଡଗି ଢାବା’ରେ ବିଭିନ୍ନ ପ୍ରକାର ଆମିଷ ଓ ନିରାମିଷ ବ୍ୟଞ୍ଜନରେ ଆପ୍ୟାୟିତ କରିପାରିବେ। ଦୈନିକ ଭୋଜନ ଖର୍ଚ୍ଚ ୭ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ଯାଏ ରହିଛି। ମାଲିକମାନେ ଏଠାରେ ନିଜ ପୋଷା କୁକୁରର ଜନ୍ମଦିନ ପାଳନ କରିବାର ବ୍ୟବସ୍ଥା ମଧ୍ୟ ରହିଛି।

ଏକ ହୋଟେଲରେ କାମ କରୁଥିବା ବାଲରାଜ ରାତିରେ ଘରକୁ ଫେରିଲା ବେଳେ ବୁଲା କୁକୁରଙ୍କୁ ହୋଟେଲର କିଛି ବଳକା ଓ ବାସି ଖାଦ୍ୟ ଦେଇଆସୁଥିଲେ। ଏଥିରେ କୁକୁରମାନଙ୍କର ଆଗ୍ରହ ଓ ଆନୁଗତ୍ୟ ଲକ୍ଷ୍ୟ କରି ସେ ଏପରି ଏକ ବିରଳ ଢାବା ଖୋଲିବା କଥା ମନକୁ ନେଇଥିଲେ। ବାସ୍‌, ପଶୁପ୍ରେମୀ ପତ୍ନୀଙ୍କ ସହ ଏ ବିଷୟରେ ଆଲୋଚନା କରି ୨୦୨୦ ମସିହାରୁ ସେ ଏହି ଶ୍ୱାନାଳୟ ଖୋଲିଛନ୍ତି ଯେଉଁଠି ସେମାନେ କୁକୁରମାନଙ୍କ ପାଇଁ ଯାବତୀୟ ସେବା ଯୋଗାଇ ଦେଉଛନ୍ତି।

 

Comments are closed.