Latest Odisha News

BREAKING NEWS

ଠିଆ ହୋଇ ପାଣି ପିଉଛନ୍ତି କି ? ହୋଇପାରେ ଏହିସବୁ ରୋଗ…..

ମଣିଷ ଜୀବନରେ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାଣି ବିନା ମଣିଷ ବଞ୍ଚିବା ଅସମ୍ଭବ । ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ଯଥେଷ୍ଟ ଆବଶ୍ୟକତା ରହିଛି । ଜଣେ ମଣିଷ ସମୟ ସମୟରେ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଆବଶ୍ୟକ  । ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ।

ତେବେ ପିଲାଟି ଦିନରୁ ଆମକୁ ଠିଆ ହୋଇ ପାଣି ପିଇବାକୁ ମନା କରାଯାଇଥାଏ । କେହି ଏହାର ପ୍ରକୃତ କାରଣ ଜାଣି ନଥିଲେ ହେଁ ସମସ୍ତେ ଜାଣନ୍ତି ଯେ ଠିଆ ହୋଇ ପାଣି ପିଇବା ଅନୁଚିତ୍‌  । ତେବେ କିଛି ଲୋକ ଦ୍ୱନ୍ଦରେ ପଡ଼ି ଯାଆନ୍ତି, ପ୍ରକୃତରେ ଠିଆ ହୋଇ ପାଣି ପଇବା ଉଚିତ୍‌ ନା ବସିକି ପାଣି ପିଇବା ଉଚିତ୍‌ ? କିନ୍ତୁ ପ୍ରାୟ ସମସ୍ତେ କୁହନ୍ତି ଯେ, ସର୍ବଦା ବସିକି ପାଣି ପିଇବା ଉଚିତ୍‌  । ତେବେ ଆସନ୍ତୁ  ଜାଣିବା ଏହା ପଛରେ କଣ ରହିଛି  କାରଣ ? ଏବଂ ଠିଆ ହୋଇ ପାଣି ପିଇବା ଦ୍ୱାରା ଶରୀରରେ କଣ ପ୍ରଭାବ ପଡ଼ିଥାଏ…

ଡାକ୍ତରଙ୍କ କହିବା ଅନୁଯାୟୀ, ଠିଆ ହୋଇ ପାଣି ପିଇବା ଦ୍ୱାରା ପାଣିରେ ଥିବା ମିନେରାଲ୍ସ ଗୁଡ଼ିକ ପାକସ୍ଥଳୀକୁ ଯାଇପାରେ ନାହିଁ  । ଫଳରେ ବଦହ ଜମ , କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦେଖାଯାଇ ଥାଏ  । ଏହାଛଡ଼ା ଠିଆ ହୋଇ ପାଣି ପଇବା ଦ୍ୱାରା କିଡନୀ ଓ ଯକୃତ ଉପରେ ଖରାପ ପ୍ରଭାବ ପକାଇଥାଏ  । ଏହାସହ ଶରୀରରର ଇଲେକ୍ଟ୍ରୋଲାଇଟ୍‌ ସନ୍ତୁଳନ ବ୍ୟାହତ ହୋଇଥାଏ ।  ଭବିଷ୍ୟତରେ ଗଣ୍ଠି ଯନ୍ତ୍ରଣା ଓ ଅନ୍ୟାନ୍ୟ ଅସ୍ଥି ସମସ୍ୟା ଦେଖାଯାଇପାରେ । ସ୍ନାୟୁ ପ୍ରଣାଳୀ ଉପରେ ପ୍ରଭାବ ପକାଇ ଆପଣଙ୍କୁ ଗୁରୁତର କରିପାରେ  । ସେଥିପାଇଁ ଠିଆ ହୋଇ କିମ୍ବା ଚାଲିବା ସମୟରେ ପାଣି ପିଇବା ଉଚିତ୍‌ ନୁହେଁ  ।

ତେବେ ଜାଣି ରଖନ୍ତୁ ସବୁବେଳେ ବସିକି ପାଣି ପଇବା ଉଚିତ୍‌  । ଏହାସହ ଯେତେବେଳେ ଆପଣ ପାଣି ପିଉଛନ୍ତି  ଛୋଟ ଢୋକରେ ପାଣି ପିଅନ୍ତୁ  । ଏବଂ ଶୀଘ୍ର ପାଣି ପିଇବା ଦ୍ୱାରା ଶରୀରରେ ପ୍ରଭାବ ପକାଇଥାଏ ତେଣୁ ଧୀରେ ଧୀରେ ପାଣି ପିଅନ୍ତୁ ଏହା ଶରୀରରେ ଇଲେକ୍ଟ୍ରୋଲାଇଟ ସନ୍ତୁଳନ ମଧ୍ୟ ସଠିକ୍‌ ରଖିବାରେ ସାହାଯ୍ୟ କରିଥାଏ  । ଏଥିସହ ସର୍ବଦା ୪ ରୁ ୫ ଲିଟର ପାଣି ପିଇବା ଉଚିତ୍‌ । ଏହା ଶରୀରକୁ ହାଇଡ୍ରେଟେଡ୍‌ ରଖିବା ସହ ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗକୁ ସୁସ୍ଥ ରଖିଥାଏ ।

Leave A Reply

Your email address will not be published.