Latest Odisha News

BREAKING NEWS

ମାଆ ହେବାକୁ ଯାଉଛନ୍ତି ଟିଭି ଅଭିନେତ୍ରୀ ଦୀପିକା କକ୍କର

ମୁମ୍ବାଇ: ଜଣାଶୁଣା ଟିଭି ଅଭିନେତ୍ରୀ ଦୀପିକା କକ୍କର ଖୁବ୍‌ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଦୀପିକା ସୋସିଆଲ ମିଡିଆରେ ଫଟୋ ସେୟାର କରିବା ସହ ଏକଥା ସ୍ୱଷ୍ଟ କରିିଛନ୍ତି । କେବଳ ସେତିକି ନୁହେଁ ଦୀପିକା ଏହି ଭିଡିଓରେ ତାଙ୍କର ଡେଲିଭରି ତାରିଖ ମଧ୍ୟ ପ୍ରକାଶ କରଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ ଅଛି । ଦୀପିକା ଏବଂ ଶୋଏବ ଇବ୍ରାହିମ ଖୁବ୍ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି ବୋଲି କହିଛନ୍ତି ।

ଭିଡିଓରେ ଦୀପିକା କହିଛନ୍ତି ଯେ, ଖୁବ୍ ଶୀଘ୍ର ଆମ ଘରକୁ ନୂଆ ଅତିଥି ଆସିବାକୁ ଯାଉଛି । ସେଥିପାଇଁ ମୁଁ ଓ ଶୋଏବ ବହୁତ ଉତ୍ସାହିତ ଅଛି । ନୂଆ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ଆମେ ପ୍ରସ୍ତୁତି ବି ଆରମ୍ଭ କରିଛୁ । ଡ଼େଲିଭରି ତାରିଖ ଏପ୍ରିଲ ୨୧ ରହିଛି ବୋଲି କହିଛନ୍ତି ।

Leave A Reply

Your email address will not be published.