Latest Odisha News

ରେକର୍ଡ଼ ଭାଙ୍ଗିଲା ସୁନାର ଦର, ଗୋଟିଏ ଦିନରେ ବଢ଼ିଲା ୧୦୦୦ ଟଙ୍କା

ଭୁବନେଶ୍ୱର: ଲଗାତାର ଭାବେ ବଢ଼ି ଚାଲିଛି ସୁନା ଦର। ଭାରତୀୟ ବଜାରରେ ଗୁରୁବାର ଦିନ ସୁନା ଦର ସବୁ ରେକର୍ଡ ଭାଙ୍ଗି ପହଞ୍ଚିଛି ୩୮ ହଜାରରେ ।

ଏକ ସପ୍ତାହ ଧରି ସୁନା ଦର ବଢ଼ିବାରେ ଲାଗିଥିଲା । ଆଜି ମୁମ୍ବାଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୩୮ ହଜାରରୁ ଅଧିକ ଥିବା ବେଳେ ପାଖାପାଖି ଏହି ଦର ସବୁ ରାଜ୍ୟରେ ସାମାନ ରହିଥିବା ଜଣାପଡିଛି ।

ବୁଧବାରରୁ ଗୁରୁବାର ମଧ୍ୟରେ ସୁନାର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା ବଢ଼ିଛି। ଆମେରିକା ଏବଂ ଚୀନ ମଧ୍ୟରେ ଟ୍ରେଡ ୱାର୍ ବେଳେ ଅନ୍ୟ ବାଣିଜ୍ୟ ମାନ୍ଦାବସ୍ଥାରେ ରହିଛି। ତେଣୁ ବ୍ୟବସାୟୀ ମାନେ ଷ୍ଟକ୍ ବଜାରରେ ପାଣ୍ଠି ଲଗାଇବା ବଦଳରେ ସୁନାରେ ନିବେଶ କରିବାକୁ ଅଧିକ ଇଚ୍ଛା ପ୍ରକାଶ କରୁଛନ୍ତି ।

ସେହିପରି ଗହଣା ନିର୍ମାତାମାନେ ମଧ୍ୟ ବିପୁଳ ପରିମାଣର ସୁନା କିଣିବାରେ ଲାଗିଛନ୍ତି । ତେଣୁ ସୁନା ଦର ବଢ଼ୁଥିବା କୁହଯାଉଛି ।

 

Leave A Reply

Your email address will not be published.