ଭୁବନେଶ୍ୱର: ଟ୍ୱିନ୍ ସିଟିକୁ ଅରେଞ୍ଜ ୱାର୍ଣ୍ଣିଂ । ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସହ ଝଡ଼ ପବନ ନେଇ ଭୁବନେଶ୍ୱର ଓ କଟକ ସହରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ଭୁବନେଶ୍ୱର ଏବଂ କଟକ ସହରରେ ଆଗାମୀ 1 ରୁ 2 ଘଣ୍ଟା ମଧ୍ୟରେ ବିଜୁଳି-ଘଡଘଡି ଝଡି ପବନ ଘଣ୍ଟା ପ୍ରତି 40 ରୁ 50କିମି ସମ୍ଭାବନା pic.twitter.com/vXLdB3kvno
— usd (@usd0705) March 26, 2023
ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ, ଆଗାମୀ ୩ ଘଣ୍ଟା ମଧ୍ୟରେ ଟ୍ୱିନ୍ ସିଟିରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଡ଼ ପବନ ହେବ । ପ୍ରଭାବରେ ଚାଷ କ୍ଷତିଗ୍ରସ୍ତ ହେବ । ପାଗକୁ ଦେଖି ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକଙ୍କୁ ନିବେଦନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଏବେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଥିବା ବେଳେ ଆଜି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଭଳି ପାଗ ୨୮ ତାରିଖ ଯାଏ ଲାଗି ରହିବ ।
Comments are closed.