Latest Odisha News

BREAKING NEWS

ସ୍ୱାଧୀନତା ଦିବସ ପାଇଁ ରାଜଧାନୀରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ କମିଶନରେଟ ପୋଲିସ ସହରରେ ବ୍ୟାପକ ବ୍ୟବସ୍ଥା କରିଛି ।

ପୋଲିସ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ କ୍ୟାମ୍ପ ଅଫିସ ଠାରେ ଶୁକ୍ରବାର ଦିନ ଏକ ସମୀକ୍ଷା ବୈଠକ ବସିଛି ।

“ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ, ‘ଭିଆଇପି’ ମାନଙ୍କ ଯିବାଆସିବା ଓ ଶୃଙ୍ଖଳିତ ଟ୍ରାଫିକ ପାଇଁ ବ୍ୟବସ୍ଥା କରାଯାଇଥିବା” ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି କହିଛନ୍ତି ।

ଆହୁରି ମଧ୍ୟ ଏହାକୁ ଦେଖିବା ପାଇଁ ଆସିବାକୁ ଥିବା ଦର୍ଶକ ମାନଙ୍କୁ ଯେପରି କିଛି ଅସୁବିଧା ନହେବ ସେଥିପାଇଁ ସେମାନଙ୍କ ଲାଗି ବସିବାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ସେ କହିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଡ଼ାଇରେକ୍ଟର(ଇଣ୍ଟେଲିଜେନ୍ସ) ସୁନୀଲ ରାୟ, ଏଡିଜି ଆରପି କୋଚେ ଓ ଆରକେ ଶର୍ମା, ପୋଲିସ କମିଶନର ସତ୍ୟଜିତ ମହାନ୍ତି ଓ ଭୁବନେଶ୍ୱର ଡିସିପି ଅନୁପ ସାହୁ ପ୍ରମୁଖ ଉପସ୍ଥିତ ରହିବେ ।

Leave A Reply

Your email address will not be published.