Latest Odisha News

BREAKING NEWS

ମହିଳାଙ୍କୁ ଢାଲ କରି ରାଜଧାନୀରେ ମାତିଛନ୍ତି ଜମି ମାଫିଆ ! ୭ ଗିରଫ, ମାଷ୍ଚରମାଇଣ୍ଡ ଫେରାର୍

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ବଡି ବିଲଡର୍ ଜମି ମାଫିଆ । ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପଜେସନ୍ ଗ୍ୟାଙ୍ଗ । ୧୦ କୋଟିର ଜମି ପାଇଁ ଏମାନେ ନେଇଥାନ୍ତି ଏକ କୋଟିର ବଟି । ଏଭଳି ଏକ ୭ ଜଣିଆ ଗ୍ୟାଙ୍ଗକୁ ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ଗୁରୁବାର ଗିରଫ କରିଛି । ଏମାନେ ହେଲେ, ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବାଳିଆରସିଂ ଓ ଆଶିଷ ରାୟ । ତେବେ ମାମଲାର ମାଷ୍ଟରମାଇଣ୍ଡ ଝାରପଡ଼ାର ରାଘବ ଜେନା ଫେରାର ହୋଇଯାଇଛି । ପ୍ରେସିଡେନ୍ସି ପଛରେ ଏକ ବିବାଦୀୟ ଜମିକୁ ଜବରଦଖଲ କରିବା ପାଇଁ ଏମାନେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବା ନେଇ ଗତ ୨୫ ତାରିଖରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା ।

ସୂଚନା ଅନୁସାରେ ଅଭିଯୁକ୍ତ ନକୁଳ ମହାକୁଡ଼ ନାଁରେ ପୂର୍ବରୁ NSA ଲାଗିଥିଲା । ସେପଟେ ଏହି ଗିରଫଦାରୀ ପରେ ଲୋକଙ୍କୁ ଭୟଭୀତ ନହୋଇ ଥାନାରେ ଜଣାଇବାକୁ ଜଣାଇବାକୁ ଅପିଲ୍ କରିଛନ୍ତି ଡିସିପି ପ୍ରତୀକ ସିଂ । ଏଥିସହ ଏଭଳି ଘଟଣାର ଶିକାର ହେଲେ ତୁରନ୍ତ ଟୋଲଫ୍ରି ନମ୍ବର 7077798111 ରେ କଲ କରି ପୋଲିସକୁ ଅଭିଯୋଗ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.