Latest Odisha News

BREAKING NEWS

ଢେଙ୍କାନାଳରେ ରୁଙ୍ଗଟାର ନୂଆ ଟିଏମଟି ଷ୍ଟିଲ୍ ବାର୍ ପ୍ଲାଣ୍ଟ

ଭୁବନେଶ୍ୱର: ଢେଙ୍କାନାଳ ସ୍ଥିତ ପ୍ଲାଣ୍ଟର ସମ୍ପ୍ରସାରଣ କରିଛି ରୁଙ୍ଗଟା ମାଇନ୍ସ । ଏଥିରେ ଷ୍ଟିଲ୍ ଟିଏମଟି ବାର ପ୍ଲାଣ୍ଟ ଯୋଡ଼ି ହୋଇଛି । ପ୍ଲାଣ୍ଟର ସମ୍ପ୍ରସାରଣ ଦ୍ୱାରା ଛତିଶଗଡ଼, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା, ଗୁଜରାଟ ଓ ମଧ୍ୟପ୍ରଦେଶକୁ ଉନ୍ନତମାନର ଷ୍ଟିଲ୍ ଟିଏମଟି ବାର ମିଳିବ ।

ଏଥିସହ ଏହି ସମ୍ପ୍ରସାରଣ ଦ୍ୱାରା ଦେଶରେ ବୃଦ୍ଧି ପାଉଥିବା ଉନ୍ନତ ଧରଣର ଷ୍ଟିଲ୍ ଚାହିଦା ମେଣ୍ଟି ପାରିବ । ବରିଷ୍ଠ ଜେନେରାଲ୍ ମ୍ୟାନେଡର ଅରବିନ୍ଦ କୁମାର କହିଛନ୍ତ, ଢେଙ୍କାନାଳରେ ନୂଆ ପ୍ଲାଣ୍ଟ ପାଇଁ ଆମେ ଗର୍ବିତ । ଏଠାରେ ଆମେ ଉଚ୍ଚମାନର ଟିଏମଟି ବାର ଉତ୍ପାଦନ କରିବୁ ।

ଆଧୁନିକ ଟେକ୍ନୋଲଜି ସହ ନୂଆ ପ୍ଲାଣ୍ଟକୁ ନିର୍ମାଣ କରାଯାଇଛି । ଯାହା ପରିବେଶ ଉପଯୋଗୀ ହେବା ସହ ସମସ୍ତ ନିୟମ ଅନୁପାଳନ କରିଛି । ୫ ବର୍ଷରୁ ଅଧିକ ସମୟ ଧରି ଇସ୍ପାତ ନିର୍ମାଣ କ୍ଷେତ୍ରରେ ରୁଙ୍ଗଟା ଷ୍ଟିଲ୍ ବିଶ୍ୱନୀୟତା ବଜାୟ ରଖିଛି । ନୂଆ ପ୍ଲାଣ୍ଟ କମ୍ପାନୀର ଏହି ଧାରାକୁ ଆହୁରି ମଜଭୁତ କରିବା ସହ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Leave A Reply

Your email address will not be published.