ମୁମ୍ବାଇ: ରାହୁଲ ଗାନ୍ଧୀଙ୍କ ନାଁରେ ଆଉ ଏକ ମାନହାନୀ ମାମଲା ରୁଜୁ ହୋଇଛି। ଏଥର ବୀର ସାବରକରଙ୍କ ନାତୀ ସାତ୍ୟକି ସାବରକର ରାହୁଲଙ୍କ ନାଁରେ ମାମଲା କରିଛନ୍ତି। ଲଣ୍ଡନ୍ରେ ରାହୁଲ ଗାନ୍ଧୀ ବିନାୟକ ଦାମୋଦର ସାବରକରଙ୍କ ବିରୋଧରେ ଦେଇଥିବା ଅପମାନଜନକ ଟିପ୍ପଣୀ ପାଇଁ ସତ୍ୟକି ମହାରାଷ୍ଟ୍ରର ଏକ କୋର୍ଟରେ ଅପରାଧିକ ମାନହାନୀ ମାମଲା ଦାୟର କରିଛନ୍ତି।
ଏନେଇ ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଅନେକ ଦିନ ହେଲା ଭିଡି ସାବରକରଙ୍କ ନାଁରେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି। ବହୁତ ହେଇଗଲା। ଏଥର ତାଙ୍କୁ ରୋକିବାକୁ କୋର୍ଟରେ ମାମଲା କରୁଛି। ଏବେ କୋର୍ଟରେ ନିଷ୍ପତ୍ତି ହେବ ବୋଲି ସାତ୍ୟକି କହିଛନ୍ତି।
ଆଇପିସି ଧାରା ୪୯୯ ଓ ୫୦୦ରେ ରାହୁଲଙ୍କ ନାଁରେ ମାମଲା ହୋଇଛି। ହେଲେ ସମ୍ପର୍କିତ କୋର୍ଟ ଅଫିସର ଅନୁପସ୍ଥିତ ଥିବାରୁ କେସ୍ର ନମ୍ବର ମିଳିପାରି ନାହିଁ। ତେଣୁ ଶନିବାର ପୁଣିଥରେ ଆସିବାକୁ କୁହାଯାଇଛି ବୋଲି ସାତ୍ୟକି ସାରବକରଙ୍କ ଓକିଲ ଅନୀରୁଦ୍ଧ ଗାନୁ କହିଛନ୍ତି।
ବୁଧବାର ଏଏନ୍ଆଇକୁ ସୂଚନା ଦେଇ ସାତ୍ୟକି କହିଛନ୍ତି ଯେ ରାହୁଲ ଗାନ୍ଧୀ ଗତ ମାସରେ ଲଣ୍ଡନ ଯାଇ ସେଠାରେ ସାବରକରଙ୍କ ବିରୋଧରେ ଅସଭ୍ୟ ଟିପ୍ପଣୀ କରିଥିଲେ। ରାହୁଲ ଗାନ୍ଧୀ ସେଠାରେ କହିଥିଲେ ଯେ ଭିଡି ସାବରକରଣ ତାଙ୍କର ଏକ ବହିରେ ଲେଖିଛନ୍ତି ଯ ଥରେ ତାଙ୍କର ବନ୍ଧୁମାନେ ମୁସଲମାନଙ୍କୁ ପିଟୁଥିଲେ। ଓ ସାବରକର ଏସବୁ ଦେଖି ଖୁସି ହୋଇଥିଲେ। ଏହା କଣ ଏକ କାପୁରୁଷତା ନୁହେଁ ? ବୋଲି ରାହୁଲ ଲଣ୍ଡନରେ କହିଥିଲେ। ଯାହା ସମ୍ପୂର୍ଣ୍ଣ ମିଥ୍ୟ ଏପରି କିଛି ଘଟି ନଥିଲା କି ସାବରକର ତାଙ୍କର କୌଣସି ପୁସ୍ତକରେ ଏଭଳି କଥା ଉଲ୍ଲେଖ କରି ନାହାନ୍ତି ବୋଲି ସାତ୍ୟକି କହିଛନ୍ତି।
ରାହୁଲ ଗାନ୍ଧୀ ବିନା କୌଣସି ଅଧ୍ୟୟନରେ ଭୋଟ ବ୍ୟାଙ୍କ ପାଇଁ ଏଭଳି ଟିପ୍ପଣୀ କରିଛନ୍ତି। ତାଙ୍କର ଏହି ବୟାନରଭିଡିଓ ପ୍ରମାଣ ସ୍ୱରୂପ ସେ କୋର୍ଟରେ ଦାଖଲ କରିବେ। କୋର୍ଟରେ ଏପ୍ରିଲ ୧୫ ତାରିଖରେ ତାଙ୍କୁ ତାରିଖ ଦିଆଯାଇଛି ବୋଲି ସାତ୍ୟକି ସୂଚନା ଦେଇଛନ୍ତି।
Comments are closed.