Latest Odisha News

କେନ୍ଦ୍ରକୁ କେଜ୍ରିୱାଲଙ୍କ ଟାର୍ଗେଟ୍ ! କହିଲେ ସିବିଆଇ ଓ ଇଡିର ଦୁରୁପଯାେଗ କରୁଛି କେନ୍ଦ୍ର

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ସିବିଆଇର ସମନ ପରେ ଶନିବାର ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଅରବିନ୍ଦ କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସି ଆମ ଆଦମୀ ପାର୍ଟିର ନେତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ନିର୍ଯାତନା ଦେଉଛି। ଏଥିସହ ସେ ସିବିଆଇର ନିରପେକ୍ଷତା ନେଇ ପ୍ରଶ୍ନ କରିବା ସହ ଅବକାରୀ ନୀତିରେ କୌଣସି ଦୁର୍ନୀତି ହାେଇନାହିଁ ବୋଲି କହିଛନ୍ତି । ସିବିଆଇ ଓ ଇଡିର ଦୁରୁପଯାେଗ ହେଉଛି ବୋଲି କହିଛନ୍ତି କେଜ୍ରିୱାଲ। ପ୍ରକୃତ ମାମଲା ସିବିଆଇ ଓ ଇଡି ବିରୋଧରେ ହେବ। କାରଣ ସେମାନେ କୋର୍ଟରେ ମିଥ୍ୟା ସତ୍ୟପାଠ ଓ ପ୍ରମାଣ ଦାଖଲ କରିଛନ୍ତି।

BjdElectrycity

ଏଥସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଭିଯୋଗ ମିଥ୍ୟା। ବାରମ୍ବାର ଚଢ଼ାଉ ପରେ ବି ଉଭୟ କେନ୍ଦ୍ରୀୟ ସଂସ୍ଥା କିଛି ପାଇନାହାନ୍ତି । ବିଭିନ୍ନ ମିଛ ଅଭିଯୋଗ ଜରିଆରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଫସାଇ ଦିଆଯାଇଛି । କେବଳ ମନୀଷ ସିସୋଦିଆ ନୁହେଁ ଅନ୍ୟ ବହୁ ଦଳୀୟ ନେତାଙ୍କୁ ଏହି ଦୁଇ ସଂସ୍ଥା ମାନସିକ, ଶାରୀରିକ ଓ ଥାର୍ଡ ଡିଗ୍ରୀ ପରି ନିର୍ଯାତନା ଦେଉଛନ୍ତି । ଦିଲ୍ଲୀ ମଦ ନୀତି ମାମଲାକୁ ଆଳ କରି ଆପ୍ ସରକାର ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ଅସ୍ତ୍ର କରାଯାଉଛି ବୋଲି ବାରମ୍ବାର ଅଭିଯୋଗ କରିଆସିଛି ଆମ୍ ଆଦମୀ ପାର୍ଟ ।

ସୂଚନାଯୋଗ୍ୟ, ଏପ୍ରିଲ ୧୬ ତାରିଖ(ରବିବାର) ପୂର୍ବାହ୍ନ ୧୧ଟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବାକୁ ସମନ କରିଛି ସିବିଆଇ। ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ କରିଛି। କେଜ୍ରିୱାଲ ମଧ୍ୟ ନିର୍ଦ୍ଧାରିତ ସମୟରେ ସିବିଆଇ ମୁଖ୍ୟାଳୟକୁ ଯାଇ ତଦନ୍ତରେ ଉପସ୍ଥିତ ହେବେ ବୋଲି ଜଣାପଡ଼ିଛି। କୌଣସି ଏକ ମାମଲାରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ସମନ କରିବା ନିକଟ ଇତିହାସରେ ପ୍ରଥମ ବୋଲି କୁହାଯାଉଥିବାବେଳ ସିବିଆଇ କହିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଯେପରି ବାଧା ସୃଷ୍ଟି ହେବ ନାହିଁ ସେଥିଲାଗି ରବିବାର ଜେରା ଲାଗି ନିର୍ଦ୍ଦେଶ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ସମାନ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ଜେଲରେ ଅଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ପୂର୍ବରୁ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିସାରିଛି। ପ୍ରାୟ ୮ ଘଣ୍ଟା ଜେରା ପରେ ତାଙ୍କୁ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା। ପୁଣି ଏହି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ କେସରେ ଇଡି ମଧ୍ୟ ସିସୋଦିଆଙ୍କୁ ଗିରଫ କରିଥିଲା । ସିସୋଦିଆଙ୍କ ଗିରଫ ପରେ ଆମ୍ ଆଦମୀ ପାର୍ଟି ମୋଦୀ ସରକାରଙ୍କ ଉପରେ ଆକ୍ରମଣ ଜୋରଦାର କରିବାରେ ଲାଗିଛି ।

Leave A Reply

Your email address will not be published.