Latest Odisha News

BREAKING NEWS

ବ୍ରିଜ୍ ଉପରେ କଲୋନୀ: ଶତାଧିକ ଲୋକ କରୁଛନ୍ତି ବସବାସ

ଚୀନ: ବ୍ରିଜ୍ ଉପରେ ଛୋଟ ଦୋକାନ କିମ୍ବା କିଏ ପଲିଥିନ ଟାଣି ରହୁଥିବା ଦେଖିଥିବେ, କିନ୍ତୁ ବ୍ରିଜ ଉପରେ ପୂରା କଲୋନୀର ଲୋକେ ରହୁଥିବା ଦେଖିଛନ୍ତି କି? କିନ୍ତୁ ଚୀନ୍‌ରେ ଏକ ବ୍ରିଜ ଉପରେ ଏକ କଲୋନୀ ରହିଛି, ଯେଉଁଠି ଲୋକେ ଘର କରି ରହୁଛନ୍ତି । ଆଜିକାଲି ଏହି କଲୋନୀ ବେଶ୍ ଚର୍ଚ୍ଚାରେ ।

ଚୀନର ଚୋଙ୍ଗକିଙ୍ଗରେ ରହିଛି ଏହି କଲୋନୀ । ଏହା ହେଉଛି ପ୍ରଥମ କଲୋନୀ, ଯାହା ବ୍ରିଜ ଉପରେ ନିର୍ମାଣ କରାଯାଇଛି । ଚୋଙ୍ଗକିଙ୍ଗରେ ଏକ ନଦୀ ପ୍ରବାହିତ ହୋଇଛି । ଲୋକଙ୍କ ସୁବିଧା ପାଇଁ ନଦୀ ଉପରେ ଏକ ବ୍ରିଜ ନିର୍ମାଣ କରାଯାଇଥିଲଶ । ହେଲେ ଲୋକେ ଏହି ବ୍ରିଜରେ ଯିବା ଆସିବା କରିବା ପରିବର୍ତ୍ତେ ପୁରା କଲୋନୀର ଲୋକେ ସୁନ୍ଦର ସୁନ୍ଦର ରଙ୍ଗୀନ ଘର ନିର୍ମାଣ କରି ରହୁଛନ୍ତି । ସ୍ଥାନୀୟ ଲୋକମାନେ ଏହାକୁ ମେହେନ୍ଦୀ କଲୋନୀ ବୋଲି କହିଥାନ୍ତି ।
୪୦୦ ମିଟର ଲମ୍ବା ବ୍ରିଜ୍ ଉପରେ ନିର୍ମାଣ କରାଯାଇଛି ଏହି କଲୋନୀ । ଏହା ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଚୀନରେ ୧୩ ହଜାରରୁ ଅଧିକ ବ୍ରିଜ୍ ରହିଛି । ଅଦରକାରୀ ବ୍ରିଜ୍‌ଗୁଡ଼ିକୁ ଷ୍ଟାଡିୟମ, ମନୋରଞ୍ଜନ କ୍ଷେତ୍ର ଏବଂ ପାର୍କିଂ ସ୍ଥାନରେ ପରିଣତ କରାଯାଇଛି । ସେହିପରି ଏହି ବ୍ରିଜ୍ କଲୋନୀ ମଧ୍ୟ ନିର୍ମାଣ କରାଯାଇଛି ।

Comments are closed.