Latest Odisha News

ଗୁଡ୍ଡୁ ମୁସଲିମ୍ ଓଡ଼ିଶା ଆସିବାକୁ ନେଇ ସୁଶାନ୍ତ ସିଂଙ୍କୁ ଟାଣିଲେ ଲେଖାଶ୍ରୀ

ଭୁବନେଶ୍ୱର: ଅତିକର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଓଡ଼ିଶାରେ ବୁଲୁଛି । ଓଡ଼ିଶା ପୋଲିସ କଣ କରୁଛି ? କଣ କରୁଛି ଗୁଇନ୍ଦା ବିଭାଗ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତ । ଗୁଡ୍ଡୁ ମୁସଲିମ ବରଗଡ଼ ଯିବାକୁ ନେଇ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ଟାଣିଛନ୍ତି ଲେଖାଶ୍ରୀ ।

ବିଜେପି ନେତ୍ରୀ ଲେଖାଶ୍ରୀ କହିଛନ୍ତି, ଗୁଡ୍ଡୁ ମୁସଲିମର ସହଯୋଗୀ ହେଉଛି ରାଜା ଖାନ୍ । ଯିଏ କି ଭଟଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସହଯୋଗୀ । ରାଜା ଖାନର ଘର ଭଟଲିରେ । ରାଜା ମାଧ୍ୟମରେ ସୁଶାନ୍ତ ସିଂ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।

ଅପରାଧୀ ମାନେ ଓଡ଼ିଶାକୁ ସୁରକ୍ଷିତ କରୁଥିବା ବେଳେ ଏଠି ମହିଳା ଅସୁରକ୍ଷିତ ବୋଲି ଲେଖାଶ୍ରୀ କହିଛନ୍ତି । ଅତୀତରେ ବଡ଼ ବଡ଼ ଡ୍ରଗ୍ସ ମାଫିଆ, ବଡ଼ ବଡ଼ ଗ୍ୟାଙ୍ଗଷ୍ଟର ଓଡ଼ିଶାରୁ ମିଳିଛନ୍ତି । ପୋଲିସ ଓ ସରକାର କଣ କରୁଛି ? ପୋଲିସ ନିଦରେ ଶୋଇଛି, ଭିଭିଆଇପି ସୁରକ୍ଷାରେ ପୋଲିସ ବ୍ୟସ୍ତ ରହିଛି ।

ବିଜେଡି ନେତା, ମନ୍ତ୍ରୀଙ୍କ ଚାଟୁକାରିତା ପୋଲିସ କରୁଥିବାରୁ ଅପରାଧୀଙ୍କ ବଳ ବଢ଼ିଛି । ଯେଉଁଠି ନିର୍ବାଚନ ହେଉଛି ବିଜେଡି ସେଠି କହୁଛି ଆମେ ମହିଳାଙ୍କ ପାଇଁ ଏତେ କଲୁ, ସେତେ କଲୁ । କିନ୍ତୁ ସରକାର ମହିଳାଙ୍କୁ ସୁରକ୍ଷା ଦେଇ ପାରୁନି ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ତେବେ ଏନେଇ ସୁଶାନ୍ତ ସିଂ କିମ୍ବା ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Comments are closed.