ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କେହି ନୁହଂତି କାହା ଭଳି
ତେବେ ବି ସ୍ବଧର୍ମ ସଂଭାଳି
ସଂସାରେ ଯାଉଥାଂତି ଚଳି
ନ କରି କାହା ସଂଗେ କଳି
କରିବା ନିଜ ମତେ କର୍ମ
ଅଟଇ ସର୍ବୋତ୍ତମ ଧର୍ମ
ଏ ନୁହେ ଆଲୋଚ୍ୟ ବିଷୟ
ଯାହା କେବଳ ଶବ୍ଦମୟ
ଯାହା ବି ଅଛି ଯେତେ ଜ୍ଞାନ
ତହିଁରେ କଲେ ସଂଶୋଧନ
ଅନେକେ କରଂତି ପାଳନ
ସ୍ବଚ୍ଛଂଦ ହୁଏ ଏ ଜୀବନ
ସ୍ବେଚ୍ଛାନିଯୁକ୍ତ ପ୍ରତିନିଧି
ଲଂଘିଲେ ଆପଣା ପରିଧି
ପ୍ରଗତି ପଥ ହୁଏ ରୁଂଧି
ଏହା ତ ମାରାତ୍ମକ ବ୍ୟାଧି
ଅନେକ ମୌଳବାଦୀ ଚିଂତା
ପ୍ରକାଶ କଲେ ଅସ୍ଥିରତା
ସମାଜ ହୁଏ ବିଶୃଂଖଳ
ମିଳେନି କେବେ ଭଲ ଫଳ
ବ୍ୟକ୍ତିର ମୂଳ ସ୍ବାଧୀନତା
ରକ୍ଷା କରିବା ପାଇଁ ଚିଂତା
ଏଠି କେହି କରଂତିନାହିଁ
କେଜାଣି କାହିଁକି କିପାଇଁ ?
ବଂଧନମୁକ୍ତ ହେଲେ ଧର୍ମ
ହୁଅଇ ପ୍ରଚଳନକ୍ଷମ
ଏହି କଥାର ମଂଜ ମର୍ମ
ବୁଝିବା ଅଟେ ଆମ କର୍ମ
ଯେଉଁଠି ଜ୍ଞାନର ଦୌରାତ୍ମ୍ୟ
ଲୋକେ ଚଳାଂତି ଅବିରାମ
ସେଠାରେ ନୀତି ପ୍ରଚଳନ
ହୁଏ କେବଳ ତୁଚ୍ଛ ସ୍ବପ୍ନ
ବ୍ୟକ୍ତିକୁ ଯଥାର୍ଥ ସମ୍ମାନ
ଦେବା ହେଲେ ହେଁ ସମୀଚୀନ
ଏ ପ୍ରଥା ହେଉଛି ବର୍ଜିତ
ଧର୍ମ ବି ହେଉଛି ବିକ୍ଷତ
Comments are closed.