ନୂଆଦିଲ୍ଲୀ: ଆଜିକାଲି କାନ୍ସ ଫେଷ୍ଟିଭାଲକୁ ନେଇ ଚାରିଆଡେ ଚର୍ଚ୍ଚା । ମେ’ ୧୬ ତାରିଖରୁ ଫ୍ରାନ୍ସର ଫ୍ରେଞ୍ଚ ରିବେରାରେ ଆରମ୍ଭ ହୋଇଛି ଏଇ ଏହି ଅନ୍ତର୍ଜାତୀୟ ଉତ୍ସବ । ସାରା ବିଶ୍ୱରୁ ଆସିଥିବା ଲୋକ କାନ୍ସ ମଞ୍ଚରେ ଦେଖାଉଛନ୍ତି ନିଜ ନିଜର ଫ୍ୟାଶନ ଜଲୱା । ତେବେ ହଠାତ ଏହି ମଞ୍ଚକୁ ଆସିଥିଲେ ଜଣେ ଯୁବତୀ । ତାଙ୍କୁ ଦେଖି ସମସ୍ତେ ସ୍ତବ୍ଧ ଏବଂ ଭୟଭୀତ ହୋଇ ଯାଇଥିଲେ । ଯୁବତୀଙ୍କ ଶରୀର ରକ୍ତରେ ଭିଜି ଯାଇଥିଲା । ଯୁବତୀଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କେମିତି ରକ୍ତାକ୍ତ ହେଲେ ଏବଂ କାହିଁକି ରକ୍ତାକ୍ତ ଶରୀରରେ ଯୁବତୀଜଣକ କାନ୍ସ ମଞ୍ଚକୁ ଆସିଥିଲେ ଏମିତି ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥିଲା ।
ପ୍ରକୃତ କଥା ହେଲା ରୁଷ-ୟୁକ୍ରେନ ଯୁଦ୍ଧକୁ ବିରୋଧ କରି ଯୁବତୀ ଜଣକ ଏପରି ବେଶରେ କାନ୍ସ ମଞ୍ଚକୁ ଆସିଥିଲେ । ପ୍ରଦର୍ଶନ କରୁଥିବା ଯୁବତୀ ଜଣକ ୟୁକ୍ରେନ ପତାକା ରଙ୍ଗର ଏକ ପୋଷାକ ପିନ୍ଧିଥିଲେ। ଭିଡିଓରେ ଦେଖିବାକୁ ମିଳୁଛି, ଯୁବତୀ ଜଣକ ରେଡ କାର୍ପେଟରେ ଚାଲି ଚାଲି ଆସୁଛନ୍ତି । ସିଢିରେ କିଛି ସମୟ ଅଟକି ଫଟୋଗ୍ରାଫରଙ୍କୁ ଫଟୋ ନେବାକୁ କହୁଛନ୍ତି । ଫଟୋଗ୍ରାଫର ଯେତେବେଳେ ଫଟୋ ଉଠାଉଛନ୍ତି ସେତେବେଳେ ସେ ନିଜ ଶରୀରରେ ନକଲି ରକ୍ତ ଢାଳୁଛନ୍ତି । ଏହା ପରେ ସିକ୍ୟୁରିଟିରୁ ଜଣେ ବ୍ୟକ୍ତି ଆସୁଛନ୍ତି ଏବଂ ତାଙ୍କ ହାତ ଧରି ବାହାରକୁ ନେଇ ଯାଉଛନ୍ତି ।
କୁହାଯାଉଛି, ଯୁବତୀଜଣକ ଏପରି କରି ୟୁକ୍ରେନ ପ୍ରତି ତାଙ୍କର ସମର୍ଥନ ଜାହିର କରୁଛନ୍ତି । ଏପରିକି ସେ ଫଟୋ ଉଠାଯାଉଥିବା ସମୟରେ କ୍ୟାମେରାକୁ ଚାହିଁ ହସୁଥିବା ଦେଖାଯାଇଛି ।
ଏଠି କହିରଖିବୁ, ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକି ଜି-୭ ସମ୍ମିଳନୀରେ ରୁଷ ଦ୍ୱାରା କ୍ଷତିଗ୍ରସ୍ତ ବାଖମୁତର ତୁଳଳା ହିରୋସୀମା ସହ କରିଛନ୍ତି । ୟୁକ୍ରେନର ପୂର୍ବ ଭାଗରେ ଥିବା ବାଖମୁତ ରୁଷ ଆକ୍ରମଣରେ ଧ୍ୱସ୍ତ ହୋଇଥିବାର ଭୟଙ୍କର ଚିତ୍ର ସାମ୍ନାକୁ ଆସିଛି । ଏହି ସମୟରେ ଯୁବତୀ ଜଣକ ୟୁକ୍ରେନକୁ ସମର୍ଥନ କରି କାନ୍ସର ରେଡ କାର୍ପେଟରେ ରୁଷ ପ୍ରତି କ୍ଷୋଭ ପ୍ରକାଶ କରିଛନ୍ତି ଯାହାକୁ ନେଇ ଚାରିଆଡେ ଏବେ ଚର୍ଚ୍ଚା ।
Ukraine ??/ ?? Russia
At Festival de Cannes ??, a woman with a beautiful Dress in the colours of Ukraine, was covered with false blood in protest against the Russian-led war in Ukraine.
Bravo ? Madame pic.twitter.com/mQymcQS24h
— Le Polynésien ?? (@Force_A_Ukraine) May 21, 2023
Comments are closed.