Latest Odisha News

BREAKING NEWS

ଫିଲ୍ମ‘ଜରା ହଟ୍‌କେ ଜରା ବଚ୍‌କେ’ର ସଫଳତା ନେଇ ଦରଘା ଗଲେ ସାରା

ମୁମ୍ବାଇ: ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’କୁ ନେଇ ଅଭିନେତ୍ରୀ ସାରା ଅଲ୍ଳୀ ଖାନ୍ ଏବେ ଖୁବ୍ ଚର୍ଚ୍ଚାରେ । ଖୁବ୍‌ଶୀଘ୍ର ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି । ଫିଲ୍ମର ସଫଳତା ନେଇ ଦରଘାରେ ପହଞ୍ଚିଛନ୍ତି ସାରା । ଦରଘା ଭିତରେ ଥିବା ସମୟର କିଛି ଫଟୋ ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ନିକଟରେ ସାରା ଅଜମେର ସରିଫ ଦରଘାରେ ପହଞ୍ଚିଥିଲେ । ସେଠାରେ ମାନସିକ ଚାଦର ଘୋଡ଼ାଇସହ ହାତ ଯୋଡ଼ି ଆଶୀର୍ବାଦ ଲୋଡ଼ିଛନ୍ତି । ବାସ୍ତବ ଜୀବନରେ ସାରା ଖୁବ୍ ଧାର୍ମିକ । ତାଙ୍କୁ କେବେ କେବେ ମନ୍ଦିରରେ ମୁଣ୍ଡିଆ ମାରୁଥିବାର ବି ଦେଖିବାକୁ ମିଳିଥାଏ । ଆଗକୁ ଆସୁଛି ସାରାଙ୍କ ଅଭିନିତ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ । ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ସଫଳତା ନେଇ ସାରା ଅଜମେର ସରିଫ ଦରଘାରେ ଆଶୀର୍ବାଦ ପାଇଁ ଯାଇ ପହଞ୍ଚିଛନ୍ତି ।

ଏହି ସମୟରେ ସାରା ଏକ ସବୁଜ ରଂଗର ପ୍ରିଣ୍ଟେ୍‌ଡ୍ ସାଲୱାର ପିନ୍ଧିଥିଲେ, ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲେ । ଦରଘା ଭିତରେ ସାରା ମୁଣ୍ଡରେ ଓଢ଼ଣା ପକାଇଛନ୍ତି । ସେ ଏକଦମ୍ ସାଧାରଣ ଲୁକ୍‌ରେ ନଜର ଆସିଛନ୍ତି । କିଛି ଫଟୋରେ ସେ ହାତ ଯୋଡ଼ି କରି ମଥା ତଳକୁ କରିଥିବାର ମଧ୍ୟ ଦେଖିବାକୁ ମିଳିଛନ୍ତି । ସାରା ତାଙ୍କ ଫିଲ୍ମ ‘ଜରା ହଟ୍‌କେ ଜରା ବଚ୍‌କେ’ ପାଇଁ ଏବେ ଜୟପୁରରେ ଅଛନ୍ତି । ସେୟାର ହୋଇଥିବା ଅନ୍ୟ ଫଟୋରେ ତାଙ୍କ ସହିତ ଅଭିନେତା ଭିକି କୌଶଲଙ୍କୁ ବି ଏକ ଗାଡ଼ିରେ ଯାଉଥିବାର ଦେଖିବାକୁ ମିଳିିଛି ।

Comments are closed.