ମୁମ୍ବାଇ: ବଲିଉଡର ଖିଲାଡ଼ି ତଥା ଅଭିନେତା ଅକ୍ଷୟ କୁମାର ମଙ୍ଗଳବାର ଉତ୍ତରାଖଣ୍ଡର ବାବା କେଦାରନାଥଙ୍କ ମନ୍ଦିର ପରିଦର୍ଶନ କରିଛନ୍ତିି । ଅକ୍ଷୟ ମନ୍ଦିରରେ ପୂଜାର୍ଚ୍ଚନା କରିବା ମୁଣ୍ଡିଆ ମାରି ଭଗବାନ ଶିବଙ୍କ ଆଶୀର୍ବାଦ ନେଇଥିଲେ । ମନ୍ଦିରରେ ଅକ୍ଷୟଙ୍କୁ ଦେଖି ପ୍ରଶଂସକଙ୍କ ଭିଡ଼ ଜମିଥିଲା । ଅନେକ ପ୍ରଶଂସକ ଖୁସିରେ ତାଙ୍କ ସହିତ ସେଲ୍ଫି ନେବାକୁ ମଧ୍ୟ ଭିଡ଼ ଜମାଇଥିଲେ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
ଅକ୍ଷୟଙ୍କ ଆଗାମୀ ଫିଲ୍ମର ସୁଟିଂ ଡ଼େରାଡ଼ୁନ୍ରେ ଚାଲିଛି । ସୁଟିଂରୁ ସମୟ ବାହାର କରି ସେ କେଦାରନାଥ ମନ୍ଦିର ଯାଇଥିଲେ । ତାଙ୍କ ଅଙ୍ଗରକ୍ଷୀଙ୍କ ସହିତ କେଦାରନାଥ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ବ୍ରାହ୍ମଣ ତାଙ୍କ କପାଳରେ ତିଳକ ଲଗାଇ ଦେଇଥିଲେ । ପରେ ସେ ପୂଜାର୍ଚ୍ଚନା କରିଥିଲେ । କେଦାରନାଥଙ୍କ ଦର୍ଶନ ପରେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ । ମନ୍ଦିର ବାହାରକୁ ଆସି ହାତ ଯୋଡ଼ି ପ୍ରଶଂସକଙ୍କୁ ନମସ୍କାର କରିଥିଲେ । ଏଥିସହ ପ୍ରଶଂସକମାନେ ମଧ୍ୟ ତାଙ୍କ ସହ ସେଲଫି ନେଇଥିଲେ । ଏହି ସମୟରେ ଅକ୍ଷୟ ଏକ କଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି ।
Comments are closed.