Latest Odisha News

BREAKING NEWS

ଆଖି ବୁଜିଲେ ‘ଅନୁପମା’ ଧାରାବାହିକର ଧୀରଜ କପୁର

ମୁମ୍ବାଇ: ଲୋକପ୍ରିୟ ଟେଲି ସିରିୟଲ ‘ଅନୁପମା’ର ଲିଡ ଆକ୍ଟର ଅନୁଜ କାପଡିଆ ସାଙ୍ଗ ଭୂମିକାରେ ଅଭିନୟ କରୁଥିବା ଧୀରଜ କପୁର ଓରଫ ନିତେଶ ପାଣ୍ଡେ ଆଉ ନାହାନ୍ତି । ଆଜି କାର୍ଡିଆକ ଆରେଷ୍ଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା । ସୋସିଆଲ ମିଡିଆରେ ଫ୍ୟାନ୍ସ ଏବଂ ତାଙ୍କର ସହକର୍ମୀମାନେ ତାଙ୍କୁ ଅନ୍ତିମ  ବିଦାୟ ଦେଇଛନ୍ତି । ତାଙ୍କର ମୃତ୍ୟୁରେ ସାରା ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।

ମୁମ୍ବରଇ ନିକଟବର୍ତ୍ତୀ ଇଗତପୁରୀରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଆକ୍ଟର ନିଜ ରିସୋର୍ଟରୁ ତାଙ୍କର ଭିଡିଓ ପୋଷ୍ଟ କରିଥିଲେ । ଭିଡିଓରେ ସେ ତାଙ୍କର ଛୁଟି ଉପଭୋଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ନିତେଶ  ପାଣ୍ଡେଙ୍କ ଘର ଉତ୍ତରାଖଣ୍ଡର ଅଲମୋଡାରେ ।

ନିତେଶ ନିଜ ଦମଦାର ଭଏସ ପାଇଁ ଇଣ୍ଡଷ୍ଟ୍ରିରେ ଫେମସ ଥିଲେ । ତାଙ୍କ ନିଜର ଏକ ପ୍ରଡକ୍ସନ ହାଉସ ରହିଛି ଯାହାର ନାଁ ଡ୍ରିମ କ୍ୟାଷ୍ଟେଲ୍ ପ୍ରଡକ୍ସନ୍ସ । ସେଠାରେ ସେ ନିୟମିତ ଭିଡିଓ ତିଆରି କରୁଥିଲେ ।

ଷ୍ଟାରପ୍ଲସ ଧାରାବାହିକ ଅନୁପମାର ବନରାଜ ଓରଫ ସୀତାଂଶୁ ପାଣ୍ଡେ ସମେତ ଅନ୍ୟମାନେ ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅନୁପମାରେ ସେ ଅନୁଜ କାପଡିଆର ସାଙ୍ଗ ଭାବେ ଏଣ୍ଟ୍ରି ମାରିଥିଲେ । ନୀତେଶ ୧୯୯୮ରେ ଅଶ୍ୱିନୀ କାଲସେକରଙ୍କୁ ବିବାହ କରିଥିଲେ । ହେଲେ ଏହି ବିବାହ ତାଙ୍କର ବେଶିଦିନ ତିଷ୍ଠି ପାରି ନ ଥିଲା । ୨୦୦୨ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଥିଲା । ପରେ ଟିଭି ଆକ୍ଟି୍ରସ ଅର୍ପିତା ପାଣ୍ଡେଙ୍କୁ ସେ ବିବାହ କରିଥିଲେ ।

Comments are closed.