Latest Odisha News

ଆଗକୁ ଆସୁଛି ନୂଆ ଫିଲ୍ମ “ଖଇରୀ’ : ନଜର ଆସିବେ ଅନେକ ୟ୍ୟୁଟୁବର

ଭୁବନେଶ୍ୱର:  ଆଗକୁ ଆସୁଛି ଭିନ୍ନ ଧରଣର ଓଡ଼ିଆ ଫିଲ୍ମ “ଖଇରୀ” । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଦିବ୍ୟଜ୍ୟୋତି ଉଦୟସିଂ । ଏଥିରେ ଅଭିନେତ୍ରୀ ତମନ୍ନା ନାୟିକା ସାଜିଥିବା ବେଳେ ନାୟକ ଭାବେ ସୁଜିତ୍ ପାଇକରାୟ ନଜର ଆସିବେ । ଏହି ଫିଲ୍ମରେ ଅନେକ ୟ୍ୟୁ ଟୁବରଙ୍କୁ ଦେଖିବାକୁ ମିଳିବ । ଯେମିତି କି ୟ୍ୟୁ ଟୁବର ରାଜୁ ଦାସ,   ଅନୁଗୁଳିଆ ବଣ୍ଟି ,  ସନ୍ତୁ  ରହିଛନ୍ତି ।  ଶିଶୁ କଳାକାର ଭାବେ ଦିବ୍ୟାଂଶୁ ଅଭିନୟ କରୁଛନ୍ତି ।

ନିକଟରେ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଫିଲ୍ମ “ଖଇରୀ’ ର ନାମକରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ  ପ୍ରଯୋଜିକା ଶୁଭଶ୍ରୀ ମଙ୍ଗରାଜ, ନିର୍ଦ୍ଦେଶକ ଅଶ୍ୱିନ ତ୍ରିପାଠୀ, ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ଉଦୟସିଂ ଏବଂ ପ୍ରଡ଼କସନ୍ ଡିଜାଇନର ପୃଥ୍ୱୀରାଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ରିଙ୍କୁ ରିନୁ ଜେନା, ପ୍ରତୀକ ନନ୍ଦ ଏବଂ ଜ୍ୟୋତିର୍ମୟ ମହାପାତ୍ର ଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୋମେଶ ଶତପଥି, ଡିଓପି ରୁଦ୍ରକାନ୍ତ ସିଂ ଓ ସମ୍ପାଦନା ଦାୟିତ୍ୱ ନେଇଛନ୍ତି ମାନସ କୁମାର ସାହୁ ।

 

 

Leave A Reply

Your email address will not be published.