Latest Odisha News

ରଥଯାତ୍ରା ସମୟରେ ମରାମତି ହେବ ଶ୍ରୀଜୀଉଙ୍କ ରତ୍ନ ପଲଙ୍କ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରତ୍ନ ପଲଙ୍କର ମରାମତି କରାଯିବ । ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ସିଂହଦ୍ୱାରର ରୂପା ଛାଉଣୀ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରତ୍ନ ପଲଙ୍କ ମରାମତି ଓ ସିଂହଦ୍ୱାରର ରୂପା ଛାଉଣୀ ଉଭୟ କାର୍ଯ୍ୟ ରଥଯାତ୍ରା ଅବଧି ମଧ୍ୟରେ ସାରିବାକୁ ନିଷ୍ପତ୍ତି ହୋଇଛି । ରୂପା ଛାଉଣୀ ପାଇଁ ଆବଶ୍ୟକ ରୂପା ଦାତା ଯୋଗାଇ ଦେବେ । ତେବେ ରୂପା ଛାଉଣୀ ପାଇଁ କେତେ ରୂପା ଲାଗିବ ଜଣାଇଲା ପରେ ଦାତା ଦେବେ । ସିଂହଦ୍ୱାରର ରୂପା ଛାଉଣୀ ସମୟରେ ଭକ୍ତ ଉତ୍ତର ଦ୍ୱାର ଦେଇ ପ୍ରବେଶ ପାଇଁ ବ୍ୟବସ୍ଥା କରାଯିବ ।

ରଥଯାତ୍ରା ସମୟରେ ରୂପା ଦ୍ବାରା ଆଚ୍ଛାଦିତ ହେବ ସିଂହଦ୍ୱାର । ୮ଟି ଦ୍ୱାର ଭଳି ରୂପାରେ ଆଚ୍ଛାଦିତ ହେବ ସିଂହଦ୍ୱାର । ଜୟବିଜୟ, ବେହରଣ ଦ୍ୱାର ଭଳି ସିଂହଦ୍ୱାର ରୂପା ଛାଉଣି ହେବ । ସୌନ୍ଦର୍ଯ୍ୟକରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.