ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିଥିବା ବେଳେ ତାତି ପୁଣି ଫେରିଛି । ଆଜି ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରିଛି । ସମ୍ବଲପୁରରେ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ହୀରାକୁଦରେ ୪୩ ଡିଗ୍ରୀ, ଭୁବନେଶ୍ୱରରେ ୪୧ ଡିଗ୍ରୀ ରେକର୍ଡ ହୋଇଛି ।
ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା#ସମ୍ବଲପୁର: ୪୪.୨ ଡ଼ିଗ୍ରୀ#ଝାରସୁଗୁଡା: ୪୩.୪ ଡ଼ିଗ୍ରୀ #ହୀରାକୁଦ: ୪୩ ଡ଼ିଗ୍ରୀ #ଭୁବନେଶ୍ୱର: ୪୧ ଡ଼ିଗ୍ରୀ
ଚାନ୍ଦବାଲି: ୩୯.୨ ଡ଼ିଗ୍ରୀ
ବାଲେଶ୍ୱର: ୩୭.୪ ଡ଼ିଗ୍ରୀ
କେନ୍ଦୁଝର : ୩୭.୨ ଡ଼ିଗ୍ରୀ
ଗୋପାଳପୁର: ୩୪.୬ ଡ଼ିଗ୍ରୀ
ପୁରୀ: ୩୪.୪ ଡ଼ିଗ୍ରୀ
ପାରାଦୀପ: ୩୪.୪ ଡ଼ିଗ୍ରୀ— Meteorological Centre, Bhubaneswar (@mcbbsr) June 7, 2023
ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୨ ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରା ଆଉ ୨ ଡିଗ୍ରୀ ଯାଏ ବୃଦ୍ଧି ପାଇବ । ଆଗାମୀ ୪ରୁ ୫ ଦିନ ଯାଏ କିଛି ସ୍ଥାନରେ ପାରଦ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବା ସହ ଅସହ୍ୟ ତାତି ଓ ଗୁଳୁଗୁଳି ଅନୁଭୂତ ହେବ ।
ଆଜି କିଛି ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଆସନ୍ତାକାଲି ୮ ତାରିଖ ଓ ୯ ତାରିଖରେ ହିଟୱେଭ୍ ନେଇ ଝାରସୁଗୁଡ଼଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଦିଆଯାଇଛି । ସେହିଭଳି ୧୦ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୧୧ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାକୁ କାଳବୈଶାଖୀ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
Comments are closed.