Latest Odisha News

BREAKING NEWS

ମୋ ଝିଅକୁ ଯୌନ ନିର୍ଯାତନା ଦେଇନଥିଲେ ବ୍ରିଜଭୂଷଣ ସିଂ: ନାବାଳିକାଙ୍କ ବାପା

ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ)ର ମୁଖ୍ୟ ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡ଼ନ ମାମଲାରେ ୟୁଟର୍ଣ୍ଣ ନେଲେ ଅଭିଯୋଗକାରୀ ପୀଡ଼ିତା। ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଏକ ବିବୃତ୍ତି ଦାଖଲ କରିଥିବା ଏକମାତ୍ର ନାବାଳିକା ତାଙ୍କ ଏଫଆଇଆରକୁ ପ୍ରତ୍ୟାହାର କରିବାଥିବା ସୂଚନା ମିଳିଛି। ଏମିତିକି ସେ ତାଙ୍କ ପୂର୍ବ ବୟାନରେ ଆଉ କାଏମ ନଥିବା ଜଣାପଡ଼ିଛି। ନାବାଳିକାର ବାପାଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇଛି।

ଏବେ ନାବାଳିକାଙ୍କର ଏକ ନୂଆ ବିବୃତ୍ତି ରେକର୍ଡ କରାଯାଇଛି। ବର୍ତ୍ତମାନ ନାବାଳିକାର ବାପା କୋର୍ଟକୁ ଯାଇ ବିବୃତ୍ତି ବଦଳାଇବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ନାବାଳିକା ଅଭିଯୋଗକାରୀଙ୍କ ବାପା କହିଛନ୍ତି, “ଜୁନ୍ ୫ ଝିଅ ଦିଲ୍ଲୀର ପଟିଆଲା ହାଉସ କୋର୍ଟକୁ ଯାଇ ଏକ ନୂଆ ବିବୃତ୍ତି ଦେଇଛନ୍ତି।। “

ସେ କହିଛନ୍ତି ଯେ ଡବ୍ଲୁଏଫ୍ଆଇ ମୁଖ୍ୟ ତାଙ୍କ ଝିଅକୁ ଯୌନ ନିର୍ଯାତନା ଦେଇନାହାନ୍ତି। କିନ୍ତୁ ଝିଅ ପ୍ରତି ତାଙ୍କର ମନୋଭାବ ଠିକ୍ ନଥିଲା। ବାପା କହିଛନ୍ତି ଯେ ଝିଅ କ୍ରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛି। ତେବେ ଅଭିଯୋଗ ପ୍ରତ୍ୟାହାର କରାଯାଇ ନାହିଁ, କିନ୍ତୁ ନୂଆ ବିବୃତ୍ତି ରେକର୍ଡ କରାଯାଇଛି। କହିରଖୁଛୁ ଏସୀୟ ଚାମ୍ପିଅନସିପ୍ ପାଇଁ ଗତ ବର୍ଷ ପରୀକ୍ଷା ଫାଇନାଲରେ ନାବାଳିକା ଜଣଙ୍କ ହାରିଯାଇଥିଲେ।

ନାବାଳିକାକଙ୍କ ବାପା କହିଛନ୍ତି ଯେ ମୋ ଝିଅର ଅଭିଯୋଗ ହେତୁ ପୋକସୋ ଆକ୍ଟ ଅନୁଯାୟୀ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅବଶିଷ୍ଟ କୁସ୍ତିଯୋଦ୍ଧାମାନେ ଏହି କାରଣରୁ ବ୍ରିଜଭୂଷଣ ଶରଣ ସିଂଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ଏବେ ଅଭିଯୋଗକାରୀ ଓ ତାଙ୍କ ବାପା ଏହି ମାମଲାରେ ୟୁଟର୍ଣ୍ଣ ନେଇଥିବାରୁ ସାଂସଦଙ୍କ ବିରୋଧରେ ପକ୍ସୋ ଆକ୍ଟ ପାଇଁ  ଯେଉଁ ଗିରଫଦାରୀ ଦାବି କରୁଥିଲେ ଅନ୍ୟ କୁସ୍ତଯୋଦ୍ଧାମାନେ ତାହା ଏବେ ଦୁର୍ବଳ ହେବାକୁ ଯାଉଛି।

ନିକଟରେ ଅନ୍ୟତମ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ୬ ଘଣ୍ଟାର ବୈଠକ ହୋଇଥିଲା। ବୈଠକ ପରେ ସାକ୍ଷୀ ମଲ୍ଲିକ କହିଛନ୍ତି, ‘ତଦନ୍ତ ଶେଷ କରିବାକୁ ସରକାର ଜୁନ୍ ୧୫ ଯାଏ ସମୟ ମାଗିଛନ୍ତି। ସେପର୍ଯ୍ୟନ୍ତ କୌଣସି ପ୍ରକାର ପ୍ରଦର୍ଶନ ନକରିବାକୁ ସେମାନଙ୍କୁ ନିବେଦନ କରାଯାଇଛି।

Comments are closed.