ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର ଶୋଚନୀୟ ପରାଜୟ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କୋଚ ରାହୁଲ ଡ୍ରାଭିଡ ଓ ଅଧିନାୟକ ରୋହିତ ଶର୍ମାଙ୍କ ରଣନୀତି ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି । ସୋମବାର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଅଷ୍ଟ୍ରେଲିଆ ବିପକ୍ଷରେ ରବିଚନ୍ଦ୍ରନ ଅଶ୍ୱୀନଙ୍କୁ କାହିଁକି ଚୂଡାନ୍ତ ଏକାଦଶରେ ସାମିଲ କରାଗଲା ନାହିଁ । ସେ ବିଶ୍ୱର ଏକ ନମ୍ବର ଟେଷ୍ଟ ବୋଲର । ଜଣେ ଦକ୍ଷତା ସମ୍ପନ୍ନ ବୋଲର ସର୍ବଦା ପିଚ ଉପରେ ନିର୍ଭର କରି ନ ଥାଏ ।
ସେ ପବନର ବେଗ ଏବଂ ପିଚର ଭରପୂର ଫାଇଦା ଉଠାଇ ପାରିଥାନ୍ତେ । ଅଷ୍ଟ୍ରେଲିଆ ଟିମରେ ୫ଜଣ ବାମହାତୀ ବ୍ୟାଟ୍ସମ୍ୟାନ ଥିଲେ । ଏହି ଅବସରରେ ସେ ଅଷ୍ଟ୍ରେଲିଆର ଟିମର ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି । ଷ୍ଟିଭ ସ୍ମିଥ ଓ ଟ୍ରେଭିସ ହେଡଙ୍କ ବ୍ୟାଟିଂ ମ୍ୟାଚକୁ ସେମାନଙ୍କ ହାତମୁଠାକୁ ନେଇ ଯାଇଥିଲା ବୋଲି ସଚିନ କହିଛନ୍ତି । ଏହା ବ୍ୟତୀତ ଟସ ଜିତି ରୋହିତ ଫିଲ୍ଡିଂ ନେବା ନିଷ୍ପତିକୁ ଅନେକ ସମାଲୋଚନା କରିଛନ୍ତି ।
Comments are closed.