Latest Odisha News

BREAKING NEWS

ଡ଼ାକ୍ତରଖାନା ତିନିମହଲାରୁ ଡ଼େଇଁଲେ ରୋଗୀ, ତଳେ ପଡ଼ି ଗୁରୁତର ଆହତ

କଟକ: ଆତ୍ମହତ୍ୟା କରିବା ପାଇଁ ଏକ ଘରୋଇ ହସ୍ପିଟାଲର ତୃତୀୟ ମହଲାରୁ ଡେଇଁଥିବା ଜଣେ ବ୍ୟକ୍ତି ସୌଭାଗ୍ୟ ବଶତଃ ବଞ୍ଚି ଯାଇଛନ୍ତି ।

ବ୍ୟକ୍ତିଜଣଙ୍କର ନାମ ଚନ୍ଦ୍ର ନାୟକ(୩୦)ଏବଂ ତାଙ୍କ ଘର ସୁନ୍ଦରଗଡ଼ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ କିଡନୀ ନଷ୍ଟ ହୋଇଯାଇଥିବାରୁ କିଛି ଦିନ ତଳେ ଚନ୍ଦ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ରବିବାର ଦିନ ସେ ହସ୍ପିଟାଲର ତୃତୀୟ ମହଲାରୁ କାଚ ଭଙ୍ଗୀ ତଳେ ଥିବା ଏକ ଠେଲା ପାନ ଦୋକାନ ଉପରକୁ ଡେଇଁ ପଡିଥିଲେ ।

ସୌଭାଗ୍ୟ ବଶତଃ ସେଠାରୁ ବଞ୍ଚିଯାଇ ଥିଲେ ସୁଦ୍ଧା ତାଙ୍କୁ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି । ବର୍ତ୍ତମାନ ତାଙ୍କୁ ଉକ୍ତ ହସ୍ପିଟାଲର ଆଇସିୟୁରେ ରଖି ଚିକିତ୍ସା କରାଯାଉଛି ।

କିଡନୀ ନଷ୍ଟ ହୋଇଯିବା କାରଣରୁ ଚନ୍ଦ୍ର ମାନସିକ ଦୁଶ୍ଚିନ୍ତା ମଧ୍ୟରେ ରହୁଥିଲେ । ହୁଏତ ସେଥିପାଇଁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଚନ୍ଦଙ୍କ ଘର ଲୋକ କହିଛନ୍ତି ।

Leave A Reply

Your email address will not be published.