ଢେଙ୍କାନାଳ: ଟାଟା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ଢେଙ୍କାନାଳ ମେରାମଣ୍ଡଳି ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସରୁ ଗ୍ୟାସ୍ ଲିକ୍ । ଗ୍ୟାସ ଲିକ ହୋଇ ୧୯ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ୧୯ ଗୁରୁତର କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଷ୍ଟିମ ପାଇପ ଫାଟି ଯୁବାରୁ ଏପରି ଦୁର୍ଘଟଣା ଘଟିଛି ।
ଷ୍ଟିମ ପାଇପ ଫାଟି ଯିବାରୁ ସେଥିରୁ ଗରମ ପାଣି ପଡି ୧୯ ଜଣ ଆହତ ହୋଇଛନ୍ତି । ଖବର ପାଇ ଜିଲ୍ଲା ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପ୍ଲାଣ୍ଟ କର୍ମଚାରୀ ଓ ଅନ୍ୟମାନଙ୍କୁ ପଚରାଉଚରା କରୁଛି ।
କମ୍ପାନୀ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ପାୱାର ପ୍ଲାଣ୍ଟର BFPP2ରେ ଷ୍ଟିମ ପାଇପ ଫାଟି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଆଜି ମଧ୍ୟାହ୍ନ ଗୋଟାଏ ବେଳେ ଘଟିଛି । କିଛି ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ପ୍ଲାଣ୍ଟ ପରିସରରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିଛି ଗୁରୁତର ଆହତଙ୍କୁ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣା କିପରି ଘଟିଲା ସେ ନେଇ ତଦନ୍ତ ଚାଲିଛି ଏବଂ ଏହାର ପରବର୍ତ୍ତୀ ସୂଚନା ଜଣାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
Comments are closed.