Latest Odisha News

BREAKING NEWS

ଚୁଡ଼ା ବନାମ ଭାତ: ଏଥି ମଧ୍ୟରୁ କେଉଁଟି ସ୍ୱାସ୍ଥ୍ୟକର ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚୁଡ଼ା ଭାରତରେ ଖାଉଥିବା ଏକ ପ୍ରିୟ ଜଳଖିଆ। ଏହା ହଜମ ପ୍ରକ୍ରିୟା ପାଇଁ ବହୁତ ଭଲ ଏବଂ ସକାଳ ଜଳଖିଆ ପାଇଁ ମଧ୍ୟ ସୁସ୍ଥ ବୋଲି ବିବେଚନା କରାଯାଏ। ଅନ୍ୟପଟେ ଭାତକୁ ମଧ୍ୟ ଭାରତୀୟମାନେ ଅଧିକ ପସନ୍ଦ କରନ୍ତି।  ପୋହା ବା ଚୁଡ଼ା ଏବଂ ଭାତ ସମାନ ଧାନରୁ ତିଆରି ହୋଇଥିବାବେଳେ ଏଥିରେ କଣ ରହିଛି ପାର୍ଥକ୍ୟ ? ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଭାତ ତୁଳନାରେ ଚୁଡ଼ାରେ କ୍ୟାଲୋରୀ ସ୍ତର କମ୍ ଏବଂ ଫାଇବର ଅଧିକ ଥାଏ। ଭାତ ମେଦବହୁଳତା ଏବଂ ରକ୍ତରେ ସୁଗାର୍‌ ଲେବେଲ୍‌ ବୃଦ୍ଧି ପାଇଁ ଦାୟୀ।

ଚୁଡ଼ା ପାଲିସ୍ ହୋଇନଥାଏ ଏବଂ ଏଥିରେ ଥିବା ଫାଇବରର ପରିମାଣ ମଧ୍ୟ ବହୁତ ଅଧିକ। ଏହି ଫାଇବର ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ, ଯାହା ହଜମକୁ ଉନ୍ନତ କରିଥାଏ। ଏହା ବ୍ୟତୀତ ଚୁଡ଼ାରେ ଲୌହ ଭରପୂର ମାତ୍ରାରେ ରହିଥାଏ, ଯେଉଁମାନେ ରକ୍ତହୀନତା ସମସ୍ୟାରେ ଅଛନ୍ତି ସେମାନଙ୍କ ପାଇଁ ଚୁଡ଼ା ଅତ୍ୟନ୍ତ ଲାଭଦାୟକ।

ଧାନରୁ ଚୁ଼ଡ଼ା ତିଆରି କରିବାର ପ୍ରକ୍ରିୟା ଦ୍ୱାରା ଲୌହ ପଦାର୍ଥକୁ ବଢାଇଥାଏ। ଲୌହର ଅବଶୋଷଣ ବୃଦ୍ଧି ପାଇଁ ଆପଣ ଚୁଡ଼ାରେ ଲେମ୍ବୁ ରସ ମିଶାଇ ଖାଇ ପାରିବେ। ଚୁଡ଼ା ଆପଣଙ୍କ ପେଟକୁ ଭରିଦିଏ, ଯାହା ଦ୍ୱାରା ଆପଣଙ୍କୁ ଭୋକ ମଧ୍ୟ କମ ଲାଗେ ଏବଂ ଓଜନ ବୃଦ୍ଧି ହେବାକୁ ଦିଏନାହିଁ।

ଚୁଡ଼ା ବନାମ ଭାତ-

ଚାଉଳ ଅପେକ୍ଷା ଚୁଡାରେ ଅଧିକ ଫାଇବର ଥାଏ କାରଣ ଏହା କମ୍ ପ୍ରକ୍ରିୟାକରଣ ହୋଇଥାଏ। ସୁସ୍ଥ ହଜମ ବଜାୟ ରଖିବା, କ୍ଷୁଧାକୁ ଦମନ କରିବା ଏବଂ ରକ୍ତରେ ଶର୍କରା ସ୍ତର ବଜାୟ ରଖିବା ପାଇଁ ଫାଇବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚୁ଼ଡ଼ାରେ ଅଧିକ ପରିମାଣର ଫାଇବର ଆପଣଙ୍କ ଭୋକକୁ ଦୀର୍ଘ ସମୟ ଧରି ସନ୍ତୁଷ୍ଟ ରଖେ। ଯାହା ଦ୍ୱାରା ଆପଣ ବାହାର ଫାଷ୍ଟଫୁଡ଼ ଖାଇବାଠାରୁ ଦୂରେଇ ରହିପାରିବେ। ଚୁଡ଼ାରେ ଲୌହର ପରିମାଣ ମଧ୍ୟ ବହୁତ ଭଲ ଥାଏ। ଲାଲ ରକ୍ତ କଣିକା ଉତ୍ପାଦନ ପାଇଁ ଲୌହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଯେଉଁମାନଙ୍କ ଶରୀରରେ ଲୌହର ଅଭାବ ଥାଏ ସେମାନଙ୍କ ପାଇଁ ଚୁଡାର ବ୍ୟବହାର ଲାଭଦାୟକ ହୋଇପାରେ। ଭାତ ତୁଳନାରେ ଚୁଡା କ୍ୟାଲୋରୀରେ ବହୁତ କମ୍ ଅଟେ।

Comments are closed.