ଚୀନ: ଚୀନ୍-ଜାପାନ ସମେତ ଅନେକ ଦେଶରେ ଦିନକୁ ଦିନ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହି ସଙ୍କଟର ମୁକାବିଲା ପାଇଁ ସରକାର ଅଧିକ ସନ୍ତାନ ଜନ୍ମ ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି । ବିଭିନ୍ନ ପ୍ରକାରର ଅଫର୍ ମଧ୍ୟ ପ୍ରଦାନ କରୁଛନ୍ତି । ଅନେକ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ବି ଦିଆଯାଉଛି । କିନ୍ତୁ ଏବେ ଚୀନ୍ର ଏକ ଟ୍ରାଭେଲ କମ୍ପାନୀ ଏହାର କର୍ମଚାରୀମାନଙ୍କ ପାଇଁ ସବୁଠାରୁ ଅନନ୍ୟ ଅଫର ଘୋଷଣା କରିଛି । ଅଫରଟି ହେଲା ପିଲା ଜନ୍ମ କର, ପ୍ରତି ପିଲା ପାଇଁ ମିଳିବ ୫ ଲକ୍ଷ ଟଙ୍କା ।
ଚୀନ୍ରେ ରହିଛି ଟ୍ରିପ୍ ଡଟ୍ କମ୍ କମ୍ପାନୀ । ଏହି କମ୍ପାନୀ ଏବେ ଖୁବ୍ ଚର୍ଚ୍ଚାରେ । କାରଣ କମ୍ପାନୀ ତାର କର୍ମଚାରୀମାନଙ୍କ ପାଇଁ ବିଶେଷ ଅଫର ଘୋଷଣା କରିଛି । ଏହି ଅଫର ବିଷୟରେ ଯିଏ ଶୁଣୁଛି , ସେ କମ୍ପାନୀକୁ ପ୍ରଶଂସା କରିବାକୁ ପଛାଉ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘରୋଇ କମ୍ପାନୀ ଏପରି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଟ୍ରିପ୍ ଡଟ୍ କମ୍ ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଜେମ୍ସ ଲିଆଙ୍ଗ କହିଛନ୍ତି ଯେ, ମୁଁ ଅଧିକରୁ ଅଧିକ ସନ୍ତାନ ଥିବା ପରିବାରକୁ ସାହାଯ୍ୟର ହାତ ବଢାଉଛି । ସେମାନଙ୍କୁ ପ୍ରତ୍ୟେକ ଉପାୟରେ ସୁବିଧା ଦେବାକୁ ଚାହେଁ । ବିଶେଷକରି ଅର୍ଥ, ଯାହାଦ୍ୱାରା ଯୁବକମାନେ ଅଧିକରୁ ଅଧିକ ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛା ପ୍ରକାଶ କରିବେ । ଜୁଲାଇ ୧ ତାରିଖରୁ ଏହି ଅଫର ଲାଗୁ ହୋଇଛି । ଯିଏ ଯେତେ ପିଲା ଜନ୍ମ କରିବେ ତାଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ଗତ ବର୍ଷ ଚୀନ୍ରେ ଜନ୍ମ ହାର ପ୍ରତି ୧୦୦୦ ଲୋକଙ୍କ ଭିତରେ ୬.୭୭ କୁ ହ୍ରାସ ପାଇଥିଲା । ୨୦୨୧ ରେ ୭.୫୨କୁ ହ୍ରାସ ପାଇଥିଲା । ଏହି କାରଣରୁ ସରକାର ଅନେକ ଯୋଜନା ଘୋଷଣା କରିଛନ୍ତି । ଯୁବକମାନେ ଅନୁଭବ କରନ୍ତି ଯେ ପିଲାମାନଙ୍କର ଯତ୍ନ ଏବଂ ଶିକ୍ଷା ସେମାନଙ୍କ ନିୟନ୍ତ୍ରଣରେ ନାହିଁ । ତେଣୁ ସେମାନେ ଅଧିକ ସନ୍ତାନ କରିବାକୁ ଇଛା କରୁନାହାନ୍ତି । ଏହାପୂର୍ବରୁ, ବୈଷୟିକ କମ୍ପାନୀ ବେଜିଂ ଡାବେନୋଙ୍ଗ ଟେକ୍ନୋଲୋଜି ଗ୍ରୁପ୍ ତୃତୀୟ ସନ୍ତାନ ପାଇଁ ଏହାର କର୍ମଚାରୀମାନଙ୍କୁ ପ୍ରାୟ ୧୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା । ଏହା ସହିତ ୯ ମାସ ଛୁଟି ମଧ୍ୟ ଦିଆଯିବ ବୋଲି କୁହାଯାଇଥିଲା । ମହିଳା କର୍ମଚାରୀଙ୍କୁ ୧୨ ମାସ ଛୁଟି ଦେବା ନେଇ ନିଷ୍ପତ୍ତି ହୋଇଥ୍ôଲା ।
Comments are closed.