ଭୁବନେଶ୍ୱର: ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ଜଣ ବନ କର୍ମଚାରୀଙ୍କ ମୃତ୍ୟୁ ପରେ ଚେତିଛନ୍ତି ସରକାର । ସେମାନଙ୍କ ସୁରକ୍ଷା ପାଇଁ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । CrPC ଧାରା ୧୯୭ ଅନୁଯାୟୀ ଏହି ବନ କର୍ମଚାରୀଙ୍କୁ ଆତ୍ମସୁରକ୍ଷା ପାଇଁ ମିଳିବ ଗୁଳି ଚଳାଇବା ପାଇଁ ଅନୁମତି ।
ଏହି ନିଷ୍ପତ୍ତି ଅନୁଯାୟୀ, ଏଣିିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ ବନ କର୍ମଚାରୀ । ଶିମିଳିପାଳରେ ଦୁର୍ବୃତଙ୍କ ଆକ୍ରମଣରେ ବନ ଅଧିକାରୀ ପ୍ରାଣ ହରାଇବା ଘଟଣା ପରେ ବନ ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସମସ୍ତ ଦିଗକୁ ବିଚାର କରି ବନ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ।
ଏ ନେଇ ବୁଧବାର ଓଡିଶା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି। ଏଥିରେ କୁହାଯାଇଛି, CrPC ଧାରା ୧୯୭ ଜଙ୍ଗଲ ବିଭାଗର ସମସ୍ତଙ୍କ ଫରେଷ୍ଟ ଗାର୍ଡଠାରୁ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ଯିଏ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ଦାୟିତ୍ୱରେ ଅଛନ୍ତି ତାଙ୍କ ପାଇଁ ଲାଗୁ କରାଯାଇ ପାରିବ । ସେମାନେ ଏଣିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଗୁଳି ଚଳାଇଥିବା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।
Comments are closed.