Latest Odisha News

BREAKING NEWS

ଡ଼ଲ ପରି ଦେଖାଯିବାକୁ ପ୍ଲାଷ୍ଟିକ୍ ସର୍ଜରୀ କଲେ ଯାଆଁଳା ଭଉଣୀ : ପାଣି ପରି ଖର୍ଚ୍ଚ କଲେ ଟଙ୍କା

ଇଂଲଣ୍ଡ: ସାଧାରଣତଃ ସମସ୍ତେ ଅନ୍ୟମାନଙ୍କଠୁ ଅଧିକ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ସେଥିଲାଗି କିଛି ଲୋକ ନିଜ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିୟୁଟି ପାର୍ଲର ଯିବା ସହ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ସାମଗ୍ରୀ ବ୍ୟବହାର କରିଥାନ୍ତି । କିନ୍ତୁ କିଛି ଲୋକ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏତେ ପାଗଳ ହୋଇଯାଆନ୍ତି ଯେ ସେମାନେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଇଂଲଣ୍ଡର ଦୁଇ ଯାଆଁଳା ଭଉଣୀ ମଧ୍ୟ ସମାନ କାର୍ଯ୍ୟ କରିଛନ୍ତି । ସେମାନେ ନିଜକୁ ଏକ ଡ଼ଲ ପରି ଦେଖାଯିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି ।

ଇଂଲଣ୍ଡର ଷ୍ଟକଟନ୍ ଅନ୍‌-ଟିସ୍ ସହରର ବାସିନ୍ଦା ଡଲି ଏବଂ ଡେଜି ସିମ୍ପସନ୍ । ଏମାନେ ଯାଆଁଳା ଭଉଣୀ । ସେମାନଙ୍କର କେବଳ ଗୋଟିଏ ଇଚ୍ଛା । ତାହା ହେଉଛି ଯେ ଉଭୟ ନିଜକୁ ଡଲ୍ ପରି ସଜ୍ଜେଇବା । ସମାନ ରୂପ, ଚେହେରା, ଶରୀର,କେଶ ଆଦି ସବୁ ସମାନ ହେବା ଦରକାର । ଏଥିପାଇଁ ସେମାନେ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ । ବର୍ତ୍ତମାନ ସୁଦ୍ଧା ସେମାନେ ଏହି ଲୁକ୍ ପାଇବା ପାଇଁ ଅସ୍ତ୍ରୋପଚାର କରି୧.୪ କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି । ତଥାପି ସେମାନେ ନିଜ ଚେହେରାକୁ ନେଇ ସନ୍ତୁଷ୍ଟ ନାହାନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ନାକ ସର୍ଜରୀ, ସ୍ତନ ପ୍ରତିରୋପଣ, ବ୍ୟକ୍ତିଗତ ଅଂଶ ଅସ୍ତ୍ରୋପଚାର,ଫ୍ୟାଟ୍ ହ୍ରାସ ଆଦି ସର୍ଜରୀ କରାଇ ସାରିଛନ୍ତି

ଏହି ଦୁଇ ଭଉଣୀ କହିଛନ୍ତି ଯେ, ଉଭୟ ଦୁଇ ଜଣ ଡ଼ଲ ପରି ଦେଖାଯିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ ଲାଗି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛୁ । ଏତେ ସଂଖ୍ୟକ ଅସ୍ତ୍ରୋପଚାର ସତ୍ତ୍ୱେ ଆମେ ନିଜ ଚେହେରାରେ ଖୁସି ନାହୁଁ । ଆମେ ନିଜ ଚେହେରାକୁ ନେଇ ଖୁସି ହେବା ପର୍ଯ୍ୟନ୍ତ ଅଧିକ ଅସ୍ତ୍ରୋପଚାର କରିବାକୁ ପ୍ରସ୍ତୁତ ଅଛୁ । ଅସ୍ତ୍ରୋପଚାର ସହିତ ନାକ ଏବଂ ଛାତିରେ ମଧ୍ୟ ଉନ୍ନତି ଆଣିବାକୁ ଚାହୁଁଛୁ ।

ଏହି ଦୁଇ ଭଉଣୀ ସବସ୍କ୍ରିପସନ୍ ସାଇଟ୍ ଓନଲି ଫ୍ୟାନ୍ସରେ ଅଶ୍ଳୀଳ ଭିଡ଼ିଓ ଓ ଫଟୋ ଅପଲୋଡ଼ କରି ଟଙ୍କା ରୋଜଗାର କରନ୍ତି । ଏହି ଟଙ୍କାକୁ ନିଜ ଚେହେରାରେ ଖର୍ଚ୍ଚ କରନ୍ତି ।

Comments are closed.