Latest Odisha News

BREAKING NEWS

ଡେଟ୍ କରୁଛନ୍ତି ଅର୍ଜ୍ଜୁନ-ମଲାଇକା, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ମଲାଇକା ଆରୋରା ଓ ଅର୍ଜ୍ଜୁନ କପୁରଙ୍କ ଭିତରେ ଥିବା ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛିି । ନିକଟରେ ମୁମ୍ବାଇର ବାନ୍ଦ୍ରାଠାରେ ନଜର ଆସିଛନ୍ତି । ଡ଼ିନର ଡ଼େଟ୍ କରି ଉଭୟେ ଏକ ରେଷ୍ଟରାଣ୍ଟରୁ ବାହାରୁଥିବାର ଦେଖିବାକୁ ମିଳିଥିଲା । ଉଭୟ ଉଭୟଙ୍କ ହାତ ଧରି ରେଷ୍ଟୁରାଣ୍ଟରୁ ବାହାରୁଥିଲେ । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଏହି ସମୟରେ ମଲାଇକା ଆରୋରା ଏକ ଧଳା ସାର୍ଟ ଏବଂ ନୀଳ ରଙ୍ଗର ଡେନିମ୍ ସହିତ ଏକ କଳା ଚମଡା ଜ୍ୟାକେଟ୍ ପିନ୍ଧିଥିଲେ । ସେହିପରି ଅର୍ଜୁନ ଏକ ନୀଳ ରଙ୍ଗର ଟି-ସାର୍ଟ ଏବଂ କଳା ଟ୍ରାଉଜରରେ ପିନ୍ଧିଥିବା ବେଳେ ଆଖିରେ ଚଷମା ଏବଂ ମୁଣ୍ଡରେ କଳା ଟୋପି ପିନ୍ଧିଥିଲେ ।ଅର୍ଜୁନ-ମଲାଇକାଙ୍କ ଏହି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଏହି ଯୋଡିକୁ ପସନ୍ଦ କରୁଥିବାବେଳେ ଆଉ କିଛି ଲୋକ ଏହି ଯୋଡିକୁ ଟ୍ରୋଲ କରୁଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି, ‘ମା ଏବଂ ପୁଅର ଯୋଡି ସୁରକ୍ଷିତ ରହୁ ।’

୫ ବର୍ଷ ହେଲାଣି ଅର୍ଜୁନ ଏବଂ ମଲାଇକା ପରସ୍ପରକୁ ଡେଟ କରୁଛନ୍ତି । ଦୁହିଁଙ୍କ ମଧ୍ୟରେ ୧୨ ବର୍ଷର ବୟସ ବ୍ୟବଧାନ ଅଛି । ଏହି କାରଣରୁ ଏମାନେ ଚର୍ଚ୍ଚାରେ ରହୁଛନ୍ତିି ।

Comments are closed.