ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ବିପାଶା ବସୁ ବିବାହର ୬ ବର୍ଷ ପରେ ମାଆ ହୋଇଛନ୍ତି । ତେଣୁ ଅଭିନୟ ଦୁନିଆରୁ ଦୂରେଇ ରହି ନିଜ ଝିଅ ଦେବୀକୁ ସମୟ ଦେଉଛନ୍ତି । ଏବେ ସେ ତାଙ୍କ ଝିଅକୁ ନେଇ ପ୍ରଥମଥର ବିମାନ ଯାତ୍ରା କରିଛନ୍ତି । ଏହାକୁ ନେଇ ଉଭୟ ବିପାଶା ଓ କରଣ ସିଂ ଗ୍ରୋଭର ବହୁତ ଖୁସି ଥିବା ନଜର ଆସିଛନ୍ତି । ବିମାନବନ୍ଦରରେ ଉଭୟ ଝିଅଙ୍କୁ ଧରି ଖୁସିରେ ପାପାରାଜିଙ୍କୁ ପୋଜ ଦେଇଥିଲେ । ଝିଅ ସହ ଉଭୟଙ୍କ ବିମାନବନ୍ଦରର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହାକୁ ସେମାନଙ୍କ ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି ।
ବିପାଶା ନିଜ ଝିଅ ଦେବୀର ପ୍ରତ୍ୟେକ ସମାରୋହକୁ ଏକ ବିଶେଷ ଉତ୍ସବରେ ପାଳନ କରୁଛନ୍ତି । ନିକଟରେ ଝିଅର ଅନ୍ନପ୍ରସନ୍ନ କାର୍ଯ୍ୟକ୍ରମ ଧୁମ୍ଧାମ୍ରେ ଆୟୋଜନ କରି ଚର୍ଚ୍ଚାକୁ ଆସିଥିଲେ । ଏଥିଲାଗି ସେ ଘରକୁ ଫୁଲ ଓ ବେଲୁନ୍ରେ ସୁନ୍ଦର ଭାବେ ସଜାଇଥିଲେ । ଏହି ସମାରୋହରେ ଦେବୀ ଏକ ଲେହେଙ୍ଗା ପିନ୍ଧିଥିଲା । ଆଉ କପାଳରେ ଚନ୍ଦନ ଟୋପା ଲଗାଇବା ସହ ମୁଣ୍ଡରେ ଏକ ମୁକୁଟ ପିନ୍ଧିଥିଲା । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଥିଲା । ଦେବୀର ଫଟୋକୁ ସେ ସମୟରେ ଲୋକେ ଖୁବ୍ ପସନ୍ଦ କରିଥିଲେ ।
Comments are closed.