Latest Odisha News

ଏହି ଦିଗକୁ ମୁହଁ କରି କରନ୍ତୁ ଭୋଜନ, ମିଳିବ ଶୁଭ ଫଳ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାସ୍ତୁ ଶାସ୍ତ୍ରରେ ଦିଗର ଖୁବ ମହତ୍ତ୍ୱ ରହିଛି। କୁହାଯାଏ ଯେ ଯଦି ଗୋଟିଏ ଘରେ ବାସ୍ତୁ ଦୋଷ ରହିଥାଏ ତେବେ ସେହି ଘରର କଦାପି ଉନ୍ନତି ହୋଇ ନଥାଏ । ତେଣୁ ଯେବେବି ଘର ତିଆରି ହେଉଛି କିମ୍ବା କୌଣସି କାର୍ଯ୍ୟ କରୁଛନ୍ତି ତେବେ ବାସ୍ତୁ ଅନୁସାରେ କରିବା ନିହାତି ଆବଶ୍ୟକ । ଯାହାଦ୍ୱାରା ଘରେ ଓ ଜୀବନରେ ସକାରାତ୍ମକ ଉର୍ଜା ଆସିଥାଏ ଓ ସଫଳତା ପ୍ରାପ୍ତି ହୋଇଥାଏ । ସେଭଳି କିଛି ଦିଗକୁ ଅତ୍ୟନ୍ତ ଶୁଭ କୁହାଯାଏ। କିଛି ସ୍ୱତନ୍ତ୍ର କାମ ପାଇଁ ଦିଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବାସ୍ତୁ ଶାସ୍ତ୍ରରେ ଭୋଜନ କରିବାର ସଠିକ୍‌‌ ଦିଗ ବିଷୟରେ ବର୍ଣ୍ଣନା କରାଯାଇଛି। ଭୋଜନ ସମୟରେ ସଠିକ୍‌‌ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ସଠିକ୍‌‌ ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପଡିଥାଏ। କର୍ମକ୍ଷେତ୍ରରେ ମଧ୍ୟ ସଫଳତା ମିଳିଥାଏ।

BjdElectrycity

ଭୋଜନ କରିବାର ସବୁଠାରୁ ଶୁଭ, ଉତ୍ତମ ପୂର୍ବ ଓ ଉତ୍ତର ଦିଗକୁ କୁହାଯାଏ। ଏହି ଦିଗକୁ ମୁଖ କରି ଭୋଜନ କରିବା ଦ୍ୱାରା ରୋଗ ଶରୀର ଠାରୁ ଦୂରେଇ ରହିଥାଏ। ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ। କର୍ମକ୍ଷେତ୍ରରେ ସଫଳତା ମିଳିଥାଏ। ପୂର୍ବ ଦିଗଟି ସୂର୍ଯ୍ୟଙ୍କ ଦିଗ ଏହି ଦିଗକୁ ମୁହଁ କରି ଭୋଜନ କରିବା ଦ୍ୱାରା ଆୟୁ ବୃଦ୍ଧି ହୋଇଥାଏ ।ପାଚନ ଶକ୍ତି ବୃଦ୍ଧି ହୋଇଥାଏ ।ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ହୋଇଥାଏ ।ଯଦି ଆପଣ ଦକ୍ଷିଣ ଦିଗକୁ ମୁଖକରି ଭୋଜନ କରୁଛନ୍ତି ତେବେ ଏହା ଠିକ ନୁହେଁ । ଦକ୍ଷିଣ ଦିଗକୁ ମୁଖକରି ଭୋଜନ କଲେ ଆୟୁ ହ୍ରାସ ହୋଇଥାଏ । ଅନେକ ପ୍ରକାର ସମସ୍ୟା ଜୀବନରେ ଦେଖା ଦେଇଥାଏ । ଦକ୍ଷିଣ ଦିଗ ଯମ ଙ୍କ ଦିଗ ଅଟେ ତେଣୁ ଏହି ଦିଗକୁ ମୁଖକରି ଖାଇବା ଉଚିତ ନୁହେଁ ।

ଘରର ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ବସି ଭୋଜନ କରନ୍ତୁ। ଏହା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ। ବିଶେଷ ଭାବରେ ଛାତ୍ର ଓ ପ୍ରତିଯୋଗୀଙ୍କ ପାଇଁ ଉତ୍ତର ଦିଗକୁ ମୁହଁ କରି ଭୋଜନ କରିବା ଶୁଭ ହୋଇଥାଏ । ଏହି ଦିଗଟି ଧନ, ଜ୍ଞାନ, ଏବଂ ଆଧ୍ୟାତ୍ମିକ ଦିଗ ଅଟେ । ସେହିପରି ପଶ୍ଚିମ ଦିଗକୁ ମଧ୍ୟ ମୁଖ କରି ଖାଇବା ଉଚିତ ନୁହେଁ। ଏହାଦ୍ୱାରା କରଜ ସମସ୍ୟା ବୃଦ୍ଧି ପାଇଥାଏ। ଖାଦ୍ୟ ଖାଇବା ପରେ ଭୋଜନ ଥାଳିରେ କଦାପି ହାତ ଧୁଅନ୍ତୁ ନାହିଁ । ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି । ଏହାଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଯିବା ସହ ଅଭାବ ଓ ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ ।

Leave A Reply

Your email address will not be published.