ବଳରାମ ପୂଜାରୀ
ପ୍ରୟାଣ ପାରିଧିରୁ
ଫେରୁଥିଲେ ସବୁତକ
ପ୍ରତାରିତ ପ୍ରାରବ୍ଧ ,
ଆଞୁଳାଏ ପରମାୟୁ
ପ୍ରତୀକ୍ଷାରେ
ବାଟବଣା ?
ବାଟ ମାରଣିଆଁ
ବେଣା ଚେରିଆ
ନିଅଣ୍ଟିଆ ନିଃଶ୍ଵାସ !
ଅପହୃତ ଅଣନିଃଶ୍ବାସୀ
ଏଠି ?
ସବୁତକ ଆମନ୍ତ୍ରିତ
ଅଣସ୍ଵିକୃତ ଆୟୁଷ ?
ପହଡ଼ ପକାଉଥିଲେ,
ଅମୁହାଁ ଦେଉଳର
ମୁହାଁଣ ଦେବତା,
ଆଉଜେଇ ହେଉଥିଲା
ସିଂହଦ୍ଵାରର
ଯୋଡି ଯାଉଁଳିଆ
ରୂପା ଛାଞ୍ଚିଆ
କଦମ୍ବବଣର
କଂସା କବାଟ ?
ରୁନ୍ଧା ହେଉଥିଲେ
ଆମନ୍ତ୍ରୀତ
ଐଶାନ୍ୟ:ଈଶ୍ୱର
ନିରୁଦ୍ଧିଷ୍ଟ ହେଉଥିଲେ
ଅଣ୍ଟିଏ ନିର୍ବାଣ’
ଵାହୁଡୁଥିଲେ ?
ପଥଭ୍ରଷ୍ଟ ପରମାୟୁ ,
ସବୁ ପାପିଷ୍ଠ
ପ୍ରାୟଶ୍ଚିତ ମୂହୁର୍ତ୍ତମାନଙ୍କୁ ,
ଅମୃତ ଟିକକ
ପରଷୁ ପରଷୁ ,
ଅନ୍ଧାରୁଆ ଅଧିବାସରେ
ପଣବନ୍ଦୀ ?
ମୁଁ , ଓ
ମୋତେ ଭରସା କରିଥିବା
ଜଞାଳୁଆ ଜଞାଳ ମାନଙ୍କ
ଦହଗଞିଆ ଦାୟିତ୍ଵ ?
କ୍ଷୟ ହେଉଥିଲା,
ତଟସ୍ଥ ତଥାସ୍ତୁ ?
ନିଅଣ୍ଟିଆ ନିବେଦନ ?
ଅବକ୍ଷୟମୁଖୀ,
ସବୁତକ ଆମନ୍ତ୍ରିତ
ଆଞୁଳାଏ ଆରାଧନା,
ଅନେଶ୍ୱତ ଆକାଂକ୍ଷାମାନଙ୍କ ଭର୍ତ୍ସନାର ଭାରବିନ୍ଦୁ !
ଆତଙ୍କିତ ଆଶିର୍ବାଦ ମାନଙ୍କ
ଅଣସରର ଅନ୍ଧାର।
Comments are closed.