ଅନେକ ମହିଳା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରିଥାନ୍ତି । ସେହିପରିି ଅଧିକାଂଶ ପୁରୁଷ ହାତରେ ରିଙ୍ଗ୍ ବା ମୁଦି ପିନ୍ଧିବାକୁ ଭଲ ପାଇଥାନ୍ତି । ତେଣୁ ସେମାନେ ବିଭିନ୍ନ ପ୍ରକାରର ମୁଦି ପିନ୍ଧିଥାନ୍ତି । ସେଥିମଧ୍ୟରୁ କିଛି ଲୋକ ବର୍ଷ ବର୍ଷ ଧରି ଆଙ୍ଗୁଠିରେ ମୁଦି ପିନ୍ଧିଥାନ୍ତି । ଲୋକେ ମୋଟା ହେଲେ ଡ଼୍ରେସ ଯେପରି ଟାଇଟ୍ ହୋଇଥାଏ, ସେହିପରି ମୁଦି ମଧ୍ୟ ଆଙ୍ଗୁଠିରେ ଟାଇଟ୍ ହୋଇଥାଏ । କିନ୍ତୁ ଅନେକ ଲୋକ ସେମାନଙ୍କର ପୋଷାକ ବଦଳାନ୍ତି କିନ୍ତୁ ମୁଦିକୁ ନ ବଦଳାଇ ତାକୁ ପିନ୍ଧିଥାନ୍ତି । ସୋସିଆଲ ମିଡିଆରେ ଏଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଆପଣ ନିଶ୍ଚିତ ଭାବରେ ଆପଣଙ୍କର ମୁଦି ମାପ କରିବେ । ଏହି ଭିଡିଓରେ ଜଣେ ବ୍ୟକ୍ତି ଟାଇଟ୍ ମୁଦି ପିନ୍ଧିବାର ପରିଣତି ଭୋଗିଛନ୍ତି ।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ତାଙ୍କ ଆଙ୍ଗୁଠିରେ ଏକ ମୁଦି ପିନ୍ଧିଛନ୍ତି । ମୁଦିଟି ତାଙ୍କ ଆଙ୍ଗୁଠିରେ ଏମିତି ଟାଇଟ୍ ହୋଇ ରହିଯାଇଛି ଯେ, ତାକୁ କାଢିହେବ ନାହିଁ କି କାଟି ବି ହେବ ନାହିଁ । ତାଙ୍କ ହାତରେ ଥିବା ମୁଦି ଯୋଗୁଁ ବ୍ୟକ୍ତିଙ୍କ ଆଙ୍ଗୁଠିର ଅବସ୍ଥା କେମିତି ହୋଇଛି ତାହା ଦେଖିବାକୁ ମିଳିଛି ।
ମୁଦିଟି ତାଙ୍କ ଆଙ୍ଗୁଠି ଭିତରେ ପଶିଯାଇଥିଲା । ଶେଷରେ ବହୁ କଷ୍ଟରେ ରିଙ୍ଗକୁ କାଟି ବାହାର କରିବାକୁ ଚେଷ୍ଟା କରାଯାଇଥିଲା । ତଥାପି ଗୋଟେ ପଟ ବହାରିଥିଲେ ମଧ୍ୟ ପଛପଟ ବାହାରି ନ ଥିଲା । କାରଣ ତାହା ଆଙ୍ଗୁଠିର ମାଂସ ଭିତରେ ପଶି ରହିଥିଲା । ଶେଷରେ ଅପରେସନ କରାଯାଇ ଅବଶିଷ୍ଟାଂଶକୁ ବାହାର କରାଯାଇଥିଲା । ବ୍ୟକ୍ତିଙ୍କ ଏପରି ଅବସ୍ଥା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏହି ଭିଡ଼ିଓ ଦେଖିବା ପରେ ଏତେ ଟାଇଟ୍ କରି ବ୍ୟକ୍ତି ଜଣକ ମୁଦି କିପରି ପିନ୍ଧିଥିଲେ ଅନେକ ପ୍ରଶ୍ନ କରିଛନ୍ତି । ଏପରି ମୁଦି ନ ପିନ୍ଧି ତୁରନ୍ତ ବଦଳାଇ ଦେବା ଉଚିତ୍ ବୋଲି ଅନେକ ମତ ରଖିଛନ୍ତି ।
Comments are closed.