Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ୫ ରାଷ୍ଟ୍ରର ରାଷ୍ଟ୍ରଦୂତ। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚାଡ୍, ବୁରୁଣ୍ଡି, ଫିନଲ୍ୟାଣ୍ଡ, ଆଙ୍ଗୋଲା ଏବଂ ଇଥିଓପିଆର ରାଷ୍ଟ୍ରଦୂତଙ୍କଠାରୁ ପ୍ରମାଣପତ୍ର ଗ୍ରହଣ କରିଛନ୍ତି।

ଯେଉଁମାନେ ସେମାନଙ୍କର ପ୍ରମାଣପତ୍ର ଉପସ୍ଥାପନ କରିଥିଲେ ସେମାନେ ହେଲେ, ଚାଡ୍ ରିପବ୍ଲିକ୍‌ର ରାଷ୍ଟ୍ରଦୂତ ଡିଲାହ ଲୁସିଏନ୍, ବୁରୁଣ୍ଡି ଗଣତନ୍ତ୍ରର ରାଷ୍ଟ୍ରଦୂତ ବ୍ରିଗେଡିୟର ଜେନେରାଲ ଅଲୋୟସ୍ ବିଜିନ୍ଦାଭି, ଫିନଲ୍ୟାଣ୍ଡ ଗଣତନ୍ତ୍ରର ରାଷ୍ଟ୍ରଦୂତ କିମ୍ମୋ ଲାହଡେଭିର୍ତା, ଆଙ୍ଗୋଲା ଗଣତନ୍ତ୍ରର ରାଷ୍ଟ୍ରଦୂତ କ୍ଲେମେଣ୍ଟେ ପେଡ୍ରୋ ଫ୍ରାନ୍ସିସ୍କୋ କାମେନ୍ହା ଏବଂ ଫେଡେରାଲ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ଇଥିଓପିଆର ରାଷ୍ଟ୍ରଦୂତ ଡେମେକ ଆଟନାଫୁ ଆମ୍ବୁଲୋ।

Comments are closed.