Latest Odisha News

ପତ୍ନୀଙ୍କ ଫିଲ୍ମରେ ଅଭିନୟ କରିବେ କି ଧୋନୀ !

ମୁମ୍ବାଇ: କ୍ୟାପଟେନ କୁଲ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀ ପତ୍ନୀ ସାକ୍ଷୀଙ୍କ ସହ ଏକ ପ୍ରଡକ୍ସନ କମ୍ପାନୀ ଖୋଲିଛନ୍ତି । ଧୋନୀ ଏଂଟରଟେନମେଂଟସ ନାମକ ଏହି କମ୍ପାନୀ ତାମିଲ ଭାଷାରେ ଲେଟସ ଗେଟ ମ୍ୟାରେଡ ନାମକ ଏକ ଫିଲ୍ମ ନିର୍ମାଣ କରୁଛନ୍ତି । ରମେଶ ଥାମିଲମାନୀ ଏହାର ନିର୍ଦ୍ଦେଶନ ଦେଇଛନ୍ତି । ହରିଷ କଲ୍ୟାଣ ଓ ଇଭାନା ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ତାଜା ରିପୋର୍ଟ ଅନୁସାରେ ଧୋନୀ ତାଙ୍କ ପତ୍ନୀଙ୍କ ଫିଲ୍ମରେ କ୍ୟାମିଓ ରୋଲ କରିପାରନ୍ତି । ତେବେ ଏ ନେଇ ମେକର୍ସଙ୍କ ପକ୍ଷରୁ କିନ୍ତୁ କୌଣସି ଘୋଷଣା କରାଯାଇ ନାହିଁ । ୨୮ ଜୁଲାଇ ୨୩ରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି ।

ଏହା ଏକ ପାରିବାରିକ ଫିଲ୍ମ ହୋଇଥିବାରୁ ଆପଣମାନେ ନିଜ ଝିଅ ସହ ଏହାକୁ ଦେଖିପାରିବେ ବୋଲି ଧୋନୀ କହିଛନ୍ତି । ଫିଲ୍ମରେ ସମସ୍ତ କଳାକାର ଭଲ ଅଭିନୟ କରିଛନ୍ତି ବୋଲି ସେ କହିଛନ୍ତି । କ୍ରିକେଟ ଦୁନିଆରେ ବାଜି ମାରିବା ପରେ ଧୋନୀ ତାଙ୍କର ଦ୍ୱିତୀୟ ଇନିଂସରେ କେତେ ସଫଳ ହେଉଛନ୍ତି ତାହା ଦେଖିବା କଥା ।

Comments are closed.