Latest Odisha News

“ଫିଲ୍ମ ଅପରେସନ ୧୨/୧୭’ର ଶୁଭ ମହୁରତ

ଭୁବନେଶ୍ୱର: ଆଗକୁ ଆସୁଛି ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ “ଅପରେସନ ୧୨/୧୭’ । ଏଥିରେ ମୁଖ୍ୟ ଚରିତ୍ରରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଛନ୍ତି । ଏହି ଫିଲ୍ମର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ।

ଏହି ଫିଲ୍ମର ଶୁଭ ମହୁରତ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଶିରିଡି ସାଇ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉତ୍ତର ଭୁବନେଶ୍ୱର ର ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ, ୧୪ ନମ୍ବର ୱାର୍ଡ ର କର୍ପୋରେଟର ମୋନାଲିସା ସାହୁ, ସମାଜସେବୀ ମନୋଜ କୁମାର ସାହୁଙ୍କ ସମେତ ଫିଲ୍ମର ପ୍ରଯୋଜିକା ଶୁଭ୍ରା ପଟ୍ଟନାୟକ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ, ଲେଖକ ଦିଲ୍ଲୀପ ଚୌଧୁରୀ, ବିନି ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, ଅଭିନେତା ଶ୍ରେୟାନ୍‌, ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.