Latest Odisha News

BREAKING NEWS

ଭାଷା ଭାଗବତ : ଜ୍ଞାନର ନବାୟନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

‘ ଏବେ ଏଠାରେ ‘ ମୂଳକଥା
ଏହା ହିଁ ଭାବନା ଓ ଚିଂତା
ଜୀବନ ଅନୁଭୂତି ସଂଚି
ସୁଖ, ଶାଂତିରେ ଥାଉଁ ବଂଚି

କାହିଁ ଅତୀତ, ଭବିଷ୍ଯତ ?
ସ୍ମୃତି ଓ କଳ୍ପନା ଆଶ୍ରିତ
ବାସ୍ତବତାରୁ ହୋଇ ଚ୍ୟୁତ
କରଂତି ଗର୍ବିତ, ଲଜ୍ଜିତ

ଏହି ସବୁ ପ୍ରସଂଗ ଘାଂଟି
କରଂତି ଯେଉଁମାନେ ପାଟି
ତାହାଂକୁ କରିଲେ ଉପେକ୍ଷା
ପାଇବେ ଉପଯୁକ୍ତ ଶିକ୍ଷା

କରି ଜ୍ଞାନର ଶବ୍ଦାୟନ
ଉଚ୍ଚାରି ଉତ୍କୃଷ୍ଟ ଭାଷଣ
କରଂତି ସ୍ଥିରତା ପ୍ରଦାନ
ଏଠାରେ ବହୁ ବାଗ୍ମୀଗଣ

ଜ୍ଞାନ ନୁହେ ଇତିବାଚକ
ନ ବୁଝି ଅଧିକାଂଶ ଲୋକ
ହୋଇଯାଆଂତି ମୌଳବାଦୀ
ଜ୍ଞାନର ବିକାଶ ବିରୋଧୀ

ପରିବର୍ତନଶୀଳ ବିଶ୍ବ
ନୁହଇ କାହାର ନିଜସ୍ବ
ସଂପଦ ଅଥବା ବିଶ୍ବାସ
ଉଭୟ ହୋଇପାରେ ଧ୍ବଂସ

ବିହିତ ଧାରା ଅନୁଯାୟୀ
ବିଜ୍ଞାନ ପ୍ରମାଣ-ଆଶ୍ରୟୀ
କରେ ଜ୍ଞାନର ନବାୟନ
ଜ୍ଞାନୀଏ କରଂତି ଗ୍ରହଣ

ମୂଳ ଜ୍ଞାନରେ ଛଡ଼ା, ଯୋଡ଼ା
ଯେହେତୁ ପଡ଼ୁଥାଏ ଲୋଡ଼ା
ତାହା ନ କରିଲେ ଜନତା
ଜ୍ଞାନ ହରାଇଥାଏ ସତ୍ତା

ଜ୍ଞାନରେ ଯୋଗ ଆଉ ଲୋପ
ଜ୍ଞାନକୁ କରେନି କୁରୂପ
ପରିବର୍ତିତ ହୋଇ ଜ୍ଞାନ
ମନରେ କରେ ଅବସ୍ଥାନ

Comments are closed.