Latest Odisha News

ସେପ୍ଟେମ୍ବର ୨୫ରେ ବିବାହ ବନ୍ଧନରେ ବାନ୍ଧିହେବେ ପରିଣୀତି-ରାଘବ

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଏମ୍‌ପି ରାଘବ ଚଢା । ଆସନ୍ତା ସେପ୍ଟେ୍ଟମ୍ବର ୨୫ରେ ଉଭୟ ବିବାହ କରିବେ । ବିବାହ କମ୍ ଦିନ ଥିବାରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି । ରାଜସ୍ଥାନରେ ଧୁମ୍‌ଧାମ୍‌ରେ ସେମାନଙ୍କ ବିବାହ ଆୟୋଜିତ ହେବ । ଗୁରୁଗ୍ରାମରେ ରିସେପ୍ସନ ପାର୍ଟି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ତେବେ ଉଭୟଙ୍କ ପରିବାର ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।

ଗତ ମେ ୧୩ ତାରିଖରେ ଦିଲ୍ଲୀ କପୁରତାଲାସ୍ଥିତ ରାଘବଙ୍କ ଘରେ ଦୁହିଁଙ୍କ ନିର୍ବନ୍ଧ ଆୟୋଜିତ ହୋଇଥିଲା । ନିର୍ବନ୍ଧ ଉତ୍ସବରେ ପ୍ରାୟ ୧୫୦ ବନ୍ଧୁ ଓ ନିକଟତମ ସଂପର୍କୀୟ ସାମିଲ ହୋଇଥିଲେ । ଏହାର ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହି ଦୁହିଁ ଯୋଡ଼ିଙ୍କୁ ଲୋକେ ଖୁବ୍ ପସନ୍ଦ ବି କରିଛନ୍ତି ।

କିଛି ଦିନ ଧରି ପରିଣୀତି ଏବଂ ରାଘବଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଢେର ଚର୍ଚ୍ଚା ହେଉଥିଲା । ଏପରିକି ଉଭୟ ଏକାଠି ରାତ୍ରି ଏବଂ ମଧ୍ୟାହ୍ନ ଭୋଜନ କରୁଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ସେମାନଙ୍କ ଡେଟିଂ ଖବର ପ୍ରଚାର ହେବାରେ ଲାଗିଥିଲା । ପରେ ପରିଣୀତିଙ୍କୁ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ସେ ବିବାହ ପୋଷାକ ଅର୍ଡ଼ର ଦେବାକୁ ପରିଣୀତି ମନୀଷଙ୍କ ଘରକୁ ଯାଇଛନ୍ତି ବୋଲିି ଆଲୋଚନା ମଧ୍ୟ ହୋଇଥିଲା ଶେଷରେ ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଥିଲା, ଯେତେବେଳେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା ।

କଲେଜରେ ପଢିବା ସମୟରେ ରାଘବ ଏବଂ ପରିଣୀତି ପରସ୍ପରକୁ ଜାଣିଛନ୍ତି । ଚଳିତ ବର୍ଷ ଜାନୁୟାରୀରେ ଉଭୟଙ୍କୁ ‘ଇଣ୍ଡିଆ ୟୁକେ ଆଉଟଷ୍ଟାଣ୍ଡିଙ୍ଗ ଆଚିଭର ଅନର୍ସ’ରେ ସମ୍ମାନିତ କରାଯାଇଥିଲା । ଭାରତରେ ପ୍ରଥମଥର ପାଇଁ କେହି ଏହି ସମ୍ମାନ ପାଇଥିଲେ ।

Comments are closed.