Latest Odisha News

ପୁରୀ ବଡଦାଣ୍ଡ ଉଚ୍ଛେଦ ପ୍ରସଙ୍ଗ: ସରକାରଙ୍କୁ କ୍ଲିନଚିଟ୍ ଦେଲେ ଆମିକସକ୍ୟୁରୀ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରେ ହେଉଥିବା ଉଚ୍ଛେଦ ପ୍ରକ୍ରିୟା ଦ୍ୱାରା ସମସ୍ତଙ୍କ ମଙ୍ଗଳ ହେବ ବୋଲି ଶନିବାର ଦିନ କହିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ରଣଜୀତ କୁମାର ।

ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ, ବରିଷ୍ଠ ଜିଲ୍ଲାଧିକାରୀ, ଏସଜିଟିଇ ମୁଖ୍ୟ ପ୍ରଶାସକ, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଓ ଅନ୍ୟ ସଦସ୍ୟଙ୍କ ସମେତ ଏସଜିଟିଏ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ରୁଦ୍ଧଦ୍ୱାର ବୈଠକ ପରେ ଶ୍ରୀ କୁମାର ଏନେଇ ସୂଚନା ଦେଇଛନ୍ତି ।

ଆହୁରି ମଧ୍ୟ ଆମିକସକ୍ୟୁରୀ କହିଛନ୍ତି, ସେ ପୁରୀରେ ହେଉଥିବା ଉଚ୍ଛେଦ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ଥାପନକାରୀଙ୍କ ସହ ଆଲୋଚନା କରିବାକୁ ଏଠାକୁ ଆସିନଥିଲେ ।

“ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆମେ ଏଠାକୁ ଆସିଛୁ । ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବା ନେଇ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ନିଷ୍ପତ୍ତି ଠିକ୍ କି ନୁହେଁ ଏବଂ ତତଦ୍ୱାରା ଲୋକମାନଙ୍କୁ ଅସୁବିଧା ହେଉଛି କି ନା, ତାହା ତର୍ଜମା ଲାଗି ଆମେ ଏଠାକୁ ଆସିଛୁ” ବୋଲି ସେ ପ୍ରକାଶ କରିଛନ୍ତି ।

ଆମେ ରୋଷ ଘର, ମେଘନାଦ ପାଚେରୀର ଚତୁଃପାଶ୍ୱର୍ ଏବଂ ଏମାର ମଠର ଉଚ୍ଛେଦ ପ୍ରକ୍ରିୟାକୁ ତର୍ଜମା କରିଥିଲୁ ଏବଂ ମନ୍ଦିର ପ୍ରଶାସନ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସରକାରଙ୍କ ଉଚ୍ଛେଦ ନିଷ୍ପତ୍ତିକୁ ସଠିକ୍ ବୋଲି କହିଛନ୍ତି ଆମିକସକ୍ୟୁରି ।

Comments are closed.