Latest Odisha News

ରଜନୀକାନ୍ତ କେବେ ବି କୌଣସି ବ୍ରାଣ୍ଡ୍ ପାଇଁ କରିନାହାନ୍ତି ପ୍ରମୋଶନ

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଜେଲରକୁ ନେଇ ସାଉଥ ସୁପରଷ୍ଟାର ରଜନୀକାନ୍ତ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ୭୨ ବର୍ଷ ବୟସରେ ମଧ୍ୟ ସେ ତାଙ୍କର କମାଲ ଦେଖାଇଛନ୍ତି । ଏବେ ବି ସେ ଏ ବୟସରେ ଫିଲ୍ମରେ କେବଳ ହିରୋ ଭୂମିକାରେ ନଜର ଆସୁଛନ୍ତି । ବଲିଉଡ୍‌ରେ ଏପରି ଅନେକ ଅଭିନେତା ଅଛନ୍ତି, ଯେଉଁମାନେ ଏହି ବୟସରେ ଅଭିନୟରୁ ଅବସର ନେଇଯାଇଛନ୍ତି । ସବୁଠୁ ବଡ଼ କଥା, ସାଉଥ ଇଣ୍ଡଷ୍ଟ୍ରିର ରଜନୀକାନ୍ତ ଏକମାତ୍ର ଅଭିନେତା ଯିଏ କୌଣସି ବ୍ରାଣ୍ଡ କିମ୍ବା ପ୍ରଡକ୍ଟ ଉତ୍ପାଦକୁ ପ୍ରୋତ୍ସାହିତ କରନ୍ତି ନାହିଁ । ସେ ଏତେ ବର୍ଷର କ୍ୟାରିୟରରେ ଗୋଟିଏ ବି ବ୍ରାଣ୍ଡ୍‌କୁ ପ୍ରମୋଶନ କରିନାହାନ୍ତି ।

୧୯୭୫ରେ ତାମିଲ ଫିଲ୍ମ ‘ଆପୋରଭା ରାଗଙ୍ଗାଲ’ରୁ କ୍ୟାରିୟର ଆରମ୍ଭ କରିଥିଲେ ସାଉଥର ସୁପରଷ୍ଟାର ରଜନୀକାନ୍ତ । ସାଉଥର ଲୋକମାନେ ତାଙ୍କୁ ଈଶ୍ୱରଙ୍କ ପରି ପୂଜା କରିଥାନ୍ତି । ପ୍ରଶଂସକମାନେ ତାଙ୍କର ଟିକେ ଝଲକ ଦେଖିବା ପାଇଁ ପାଗଳ ହୋଇଯାଆନ୍ତି । ସେ ୪୩୦ କୋଟିି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଛନ୍ତି । ହେଲେ ରଜନୀକାନ୍ତ ଅତି ସରଳ ଜୀବନଯାପନ କରୁଥିବା ତାଙ୍କ ପ୍ରଶଂସକମାନେ ଜାଣନ୍ତି । ଯେତେବେଳେ ବି ସେ ବାହାରେ ନଜର ଆସନ୍ତି, ତାଙ୍କୁ କେବଳ ତାଙ୍କର ପ୍ରକୃତ ଲୁକ୍‌ରେ ଦେଖିବାକୁ ମିଳେ ।

ରଜନୀକାନ୍ତ ଗୋଟିଏ ଫିଲ୍ମ ପାଇଁ ୩୦,୦୦୦ ଟଙ୍କା ଚାର୍ଜ କରୁଥିଲେ ଏବଂ ଆଜି ସେ ୧୦୦ କୋଟିରୁ ଅଧିକ ଟଙ୍କା ନେଉଛନ୍ତି । ସୂଚନାନୁସାରେ, ରଜନୀକାନ୍ତ ଫିଲ୍ମ ‘ଜେଲର’ରେ କାମ କରିବା ପାଇଁ ୧୧୦ କୋଟି ଟଙ୍କା ନେଇଛନ୍ତି ।

Comments are closed.