Latest Odisha News

BREAKING NEWS

ଅଭୁଲା ଗୀତ : ଏକା ଲାଗେ ଅତି

ଗାୟନ : ନିର୍ମଳା ମିଶ୍ର
ସଙ୍ଗୀତ : ବାଳକୃଷ୍ଣ ଦାଶ
ଗୀତ : ଜୀବନାନନ୍ଦ ପାଣି
ଚଳଚ୍ଚିତ୍ର : ଜୀବନସାଥୀ, ୧୯୬୪

ଏକା ଲାଗେ ଅତି

ସାଥୀରେ! ସାଥୀରେ!
ସାଥୀରେ!
ଏକା ଲାଗେ ଅତି
ମନେ କେତେ ତାତି
ସାଥୀରେ! ଏକା ଲାଗେ ଅତି
ମନେ କେତେ ତାତି
ସାଥୀରେ!

ସତେକି ଆସିବ ନାହିଁ
ଫୁଲରେ ଭଅଁର ହୋଇ
ମୋ ମନର ମଧୁ ପାଇଁ
ସାଥୀରେ! ଏକା ଲାଗେ ଅତି
ମନେ କେତେ ତାତି
ସାଥୀରେ!

ତୁମେ ତ ଆସିନ ବୋଲି
ପାଖୁଡ଼ା ପାରୁନି ଖୋଲି
ଏ ଫଗୁଣ ଯିବ ଚାଲି
ସାଥୀରେ! ଏକା ଲାଗେ ଅତି
ମନେ କେତେ ତାତି
ସାଥୀରେ!

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬-୬୯ ବହିରୁ

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Comments are closed.