Latest Odisha News

ରାଜ୍ୟରେ ନାହିଁ ବନ୍ୟା ସ୍ଥିତି: ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ  । କହିଛନ୍ତି  ରାଜ୍ୟରେ ବନ୍ୟା ସ୍ଥିତି ନାହିଁ  । ଉପରମୁଣ୍ଡରେ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମୁଛି  ।   ଆଉ ଦିନେ ଦୁଇ ଦିନ ଭିତରେ ସେଠାରୁ ପାଣି ଛାଡ଼ିଯିବ ।  ମହାନଦୀରେ ବନ୍ୟା ସ୍ଥିତି ନାହିଁ । ହୀରାକୁଦରେ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଆଉ କୌଣସି ଗେଟ ଖୋଲିବ ନାହିଁ ।

ସେପ୍ଟେମ୍ବର ୨୨  ତାରିଖରୁ ରାଜ୍ୟରେ ବର୍ଷା ହେବା ନେଇ ଆକଳନ ହୋଇଥିଲେ ବି ତାହା ବନ୍ୟା ସ୍ଥିତି ସୃଷ୍ଟି କରିବନି  । ଏ ନେଇ ଜଳ ସମ୍ପଦ ବିଭାଗ ସମ୍ପୂର୍ଣ୍ଣ ଆଲର୍ଟ ରହିଛି  । ଏସଆରସିଙ୍କ ସହ ଯୋଗାଯୋଗରେ ରହିଛୁ ।  ତଳିଆ ଅଂଚଳ ଉପରେ ନଜର ରଖାଯାଇଛି ।  କେଉଁଠାରେ ଘାଇ ସୃଷ୍ଟି ହେବାର ଖବର ଏପର୍ଯ୍ୟନ୍ତ ଆସିନାହିଁ ।

Comments are closed.